ଆଇପିଏଲ ଖେଳିବାକୁ ନେଇ ସାଉଥ ଆଫ୍ରିକା କ୍ରିକେଟର୍ସଙ୍କୁ ସମାଲୋଚନା କଲେ ଆଫ୍ରିଦି

ପାକିସ୍ତାନର ପୂର୍ବ ଅଧିନାୟକ ସାହିଦ ଆଫ୍ରିଦି କ୍ରିକେଟ୍ ସାଉଥ୍ ଆଫ୍ରିକାର ନିଷ୍ପତ୍ତିକୁ କଡା ସମାଲୋଚନା କରିଛନ୍ତି। ଅନ୍ତର୍ଜାତୀୟ ମ୍ୟାଚ୍ ଛାଡି ଖେଳାଳିଙ୍କୁ ଆଇପିଏଲ୍ ପାଇଁ ଅନୁମତି ଦେଇଥିବାରୁ ପ୍ରଶ୍ନ କଲେ ପୂର୍ବତନ ପାକିସ୍ତାନ କ୍ରିକେଟର ସାହିଦ ଆଫ୍ରିଦି ।

ସାଉଥ୍ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ୨-୧ରେ ଜିତିଛି ପାକିସ୍ତାନ । ସିଏସ୍‌ଏର ଅନୁମତି ପରେ ସାଉଥ୍ ଆଫ୍ରିକାର ୫ ଜଣ ଖେଳାଳି ସିରିଜ୍ ଅଧାରୁ ଆଇପିଏଲ୍ ପାଇଁ ପଳାଇ ଆସିଛନ୍ତି । ମିଲର, ରାବାଡା, ନୋଖିଆ, ଏନ୍‌ଗିଡି ଓ ଡିକକ୍ ଆଇପିଏଲ୍ ପାଇଁ ଭାରତ ଆସିଛନ୍ତି । ସିରିଜ୍ ଅଧାରୁ ଖେଳାଳି ପଳାଇ ଆସିବାରୁ ସିରିଜ୍ ହାରିଥିବା କହିଛନ୍ତି ଆଫ୍ରିଦି।

ସେହିପରି ପାକିସ୍ତାନ ବିପକ୍ଷରେ ଆଉ ୪ଟି ଟି-୨୦ ଖେଳିବ ସାଉଥ୍ ଆଫ୍ରିକା। ଟି-୨୦ ସିରିଜ୍‌ରେ ମଧ୍ୟ ଏହି ଖେଳାଳିମାନେ ଅନୁପସ୍ଥିତ ରହିବେ। ଆଫ୍ରିଦି କହିଛନ୍ତି, ଆଇପିଏଲ୍ ପରି ଟି-୨୦ ଲିଗ୍ ଯୋଗୁ ଅନ୍ତର୍ଜାତୀୟ କ୍ରିକେଟ୍ ଉପରେ ପ୍ରଭାବ ପଡୁଛି। ତେଣୁ ଏହା ଉପରେ ପୁର୍ନବିଚାର କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଆଫ୍ରିଦି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.