ମୁମ୍ବାଇ : ଫିଲ୍ମ ନିର୍ମାତାଙ୍କ ପତ୍ନୀ ଓ ଝିଅ ନିଆଁରେ ପୋଡ଼ି ଆତ୍ମହତ୍ୟା କଲେ ଏମିତି

ମୁମ୍ବାଇ : ପିଲ୍ମ ନିର୍ମାତା ସନ୍ତୋଷ ଗୁପ୍ତାଙ୍କ ପତ୍ନୀ ଓ ଝିଅ ଅନ୍ଧେରୀ ଡିଏନ୍‌ ନଗର ନିଜ ଘରେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି । ସୋମବାର ଅପରାହ୍ଣରେ ଏହି ଘଟଣା ଜଣାପଡ଼ିବା ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ପୋଲିସ ସୂଚନାନୁଯାୟୀ, ୫୫ ବର୍ଷ ବୟସ୍କା ଅସ୍ମିତା ଦୀର୍ଘ ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ଥିବାରୁ ଏପରି ପଦକ୍ଷେପ ନେଇଛନ୍ତି । ତେବେ ମା’ଙ୍କ ଏପରି ଅବସ୍ଥାରେ ମାନସିକ ଭାବେ ଆହତ ହୋଇ ଝିଅ ମଧ୍ୟ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି । ଉଭୟଙ୍କୁ ତୁରନ୍ତ କୁପର ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଅସ୍ମିତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ ।

ତେବେ ଝିଅ ସୃଷ୍ଟିଙ୍କର ଶରୀରର ୭୦ ଭାଗ ପୋଡିଯାଇଥିବାରୁ ତାଙ୍କୁ ଜାତୀୟ ବର୍ଣ୍ଣ ସେଣ୍ଟରକୁ ପଠାଇ ଦିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ପୋଲିସ ଦୁଇଟି ପୃଥକ ମୃତ୍ୟୁ ମାମଲା ରୁଜୁ କରି ଘଣଟଣାର ତଦନ୍ତ ଜାରି ରଖିଛି । ତେବେ ଫିଲ୍ମ ନିର୍ମାତା ଏ ସମ୍ପର୍କରେ କିଛି ମତ ରଖି ନାହାଁନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.