Below header

ଭୁବନେଶ୍ୱର ଉପକଣ୍ଠ କେନାଲରେ ଭାସୁଛି ଅଜଣା ମୃତ ଦେହ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜଧାନୀ ଉପକଣ୍ଠ ଧବଳହରା ଗାଁ କେନାଲରେ ଏକ ଅଚିହ୍ନା ବ୍ୟକ୍ତିଙ୍କ ଶବ ଭାସୁଥିବା ବାଲିଅନ୍ତା ଥାନା ପୋଲିସ ଆଜି ଜାଣିବାକୁ ପାଇଛି । ଶବଟିର ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ ।

ସୂଚନାନୁଯାୟୀ କିଛି ସ୍ଥାନୀୟ ଲୋକେ ଶବଟି କେନାଲରେ ଭାସୁଥିବାର ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ କେହି ବ୍ୟକ୍ତିଙ୍କୁ ମାରି କେନାଲକୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.