କରୀନା କପୁର, ଶର୍ମିଲା ଟାଗୋରଙ୍କୁ କହିଲେ, ‘ମୁଁ ଆପଣଙ୍କ ଝିଅ ଭଳି…’; ଏହା ଶୁଣି ଶାଶୁ ମା’ ଦେଲେ ଏମିତି ଜବାବ

କରୀନା କପୁର ନିକଟରେ ସ୍ୱାମୀ ସୈଫ୍‌ ଅଲ୍ଲୀ ଖାନଙ୍କ ସହିତ ଛୁଟିରୁ ଫେରିଛନ୍ତି। ମାଳଦ୍ୱୀପରୁ ଫେରିଥିବା କରୀନା କପୁରଙ୍କ ପୁଅ ଜେହଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଥିବା ବେଳେ ଏହାରି ଭିତରେ କରୀନା କପୁର ଖାନ ଓ ତାଙ୍କ ଶାଶୁ ମା’ ଶର୍ମିଲା ଟାଗୋରଙ୍କ ଟ୍ୟୁନିଙ୍ଗ୍‌ କେଉଁ ପ୍ରକାରର, ତାକୁ ନେଇ ବି ଫ୍ୟାନ୍‌ମାନଙ୍କୁ ସୂଚନା ମିଳିଯାଇଛି। ଶର୍ମିଲା ଟାଗୋର ଏକ ଇଣ୍ଟରଭ୍ୟୁରେ ବୋହୂ କରୀନାଙ୍କ ସହ ନିଜ ରିଲେଶନଶିପ୍‌କୁ ନେଇ ଖୋଲାରେ କଥା ହୋଇଛନ୍ତି।

ଇଣ୍ଟରଭ୍ୟୁରେ ଶର୍ମିଲା କହିଛନ୍ତି କି, ତାଙ୍କୁ କରୀନା କପୁରଙ୍କ ଶାନ୍ତ ସ୍ୱଭାବ ବହୁତ ପସନ୍ଦ। ସେ କହିଥିଲେ, ‘ସେ ମୋର ବହୁତ ପସନ୍ଦ। ତାଙ୍କର ଖାସ୍‌ କଥା ହେଉଛି କି, ସେ ବହୁତ ଶାନ୍ତ ରହିଥାଆନ୍ତି। ମୁଁ ତାଙ୍କୁ ତାଙ୍କ ଷ୍ଟାଫ୍‌ଙ୍କ ସହ କଥା ହେଉଥିବାର ଦେଖିଛି। ଅନେକ ବାର ମୁଁ ନିଜ ଷ୍ଟାଇଲିଷ୍ଟକୁ ଗାଳି ଦେଇ ଜଲ୍‌ଦି ଜଲ୍‌ଦି କରିବାକୁ କହିଥାଏ। କିନ୍ତୁ କରୀନା ଏମିତି କରନ୍ତି ନାହିଁ’।

ଶର୍ମିଲା କହିଥିଲେ ଯେ ‘କରୀନା କପୁର ମୋ ଝିଅ ଭଳି। ସେ ବହୁତ ସଂଯମୀ ଏବଂ ମୋତେ କରୀନାଙ୍କ ଏହି କଥା ବହୁତ ପସନ୍ଦ ଲାଗେ। ତାଙ୍କ ଉପସ୍ଥିତି ମୋତେ ଶାନ୍ତି ପ୍ରଦାନ କରିଥାଏ। ସେ ନିଜର ତୁଳନା ଅନ୍ୟ କୌଣସି ଲୋକ ସହିତ କରନ୍ତି ନାହିଁ। ସେ ସବୁ ଜିନିଷ ନିଜ ତରିକାରେ କରିଥାଆନ୍ତି। ମୁଁ ବହୁତ ଖୁସି ଅଛି କି, ସେ ମୋର ବୋହୂ। କରୀନା କହିଥାଆନ୍ତି, ମୁଁ ଆପଣଙ୍କ ଝିଅ ଭଳି। ମୁଁ କୁହେ, ହଁ ତମେ ମୋ ଝିଅ ଭଳି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.