Below header

ମହଙ୍ଗା ପଡ଼ିଲା ମୁଖ୍ୟମନ୍ତ୍ରୀ ବିରୋଧରେ ଆପତ୍ତିଜନକ ଭାଷା,କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଗିରଫ

 ମୁମ୍ବାଇ : ମହଙ୍ଗା ପଡ଼ିଲା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ଭାଷା ବ୍ୟବହାର। କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ହେଲେ ଗିରଫ। ରତ୍ନଗିରିର ଚିପଲୁନ ବାସଭବନରେ ଗିରଫ କଲା ନାସିକ ପୋଲିସ। ପରେ ତାଙ୍କୁ ନାସିକ ଅଣାଯିବ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀଙ୍କ ଆପତ୍ତିଜନକ ଭାଷା ନେଇ ମହାରାଷ୍ଟ୍ରରେ ଉତ୍ତେଜନା।

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ନାଁରେ ମାମଲା ରୁଜୁ କରିଛି ଶିବସେନା। ଗତକାଲି ରାଇଗଡ଼ରେ ବିଜେପିର ଜନଆଶୀର୍ବାଦ ଯାତ୍ରାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ରାଣେ କଠୋର ସମାଲୋଚନା କରିବା ସହ ତାଙ୍କୁ ଚାପୁଡ଼ା ମାରିବାକୁ କହିଥିଲେ। ରାଣେଙ୍କ ବୟାନ ପରେ ତାଙ୍କ ବିରୋଧରେ ପୁଣେର ଚତୁରାଶ୍ରୀଙ୍ଗୀ ପୋଲିସ ଷ୍ଟେସନରେ ଯୁବ ସେନାଙ୍କ ଏକ FIR ଦାଖଲ ହୋଇଥିଲା।

ଆଇପିସି ଧାରା ଅନୁଯାୟୀ ୧୫୩ ଓ ୫୦୫ ଅନୁଯାୟୀ ରାଣେଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଅନ୍ୟପଟେ ଏଫଆଇଆର ନେଇ କିଛି ଜାଣିନଥିବା କହିଛନ୍ତି କେନ୍ଦ୍ରମମନ୍ତ୍ରୀ। ରାଣେଙ୍କ ବିରୋଧରେ ମୁମ୍ବାଇ, ନାସିକ, ଅମରାବତୀ, ରତ୍ନଗିରି ସମେତ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଶିବସେନା ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛି। ଆଗୁଆ ଜାମିନ ପାଇଁ ରାଣେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଏହାକୁ ଶୁଣାଣି କରିବାକୁ ମନା କରିଦେଇଛନ୍ତି ହାଇକୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.