ପ୍ରକାଶ ପାଇଲା ମାଟ୍ରିକ୍‌ ଅଫଲାଇନ ପରୀକ୍ଷା ରେଜଲ୍ଟ, ,ପାସ୍‌ ହାର ୮୦.୮୩ ପ୍ରତିଶତ

ଭୁବନେଶ୍ବର(କେନ୍ଯୁଜ୍):  ଆଜି ପ୍ରକାଶ ପାଇଛି ମାଟ୍ରିକ୍ ଅଫଲାଇନ ପରୀକ୍ଷା ରେଜଲ୍ଟ। ମାଟ୍ରିକ୍ ଅଫଲାଇନ ପରୀକ୍ଷାର ପାସ୍‌ ହାର ରହିଛି ୮୦.୮୩ ପ୍ରତିଶତ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରକାଶ କରିଛି । ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୧ ଜଣ ଫେଲ ହୋଇଥିବା ବେଳେ ପାସ୍‌ କରିଛନ୍ତି ୫୨୩୩ ଜଣ ଛାତ୍ରଛାତ୍ରୀ ।

ଏମାନଙ୍କ ମଧ୍ୟରୁ ୩୧୦୦ ଛାତ୍ର ଓ ୨୧୩୩ ଛାତ୍ରୀ ଥିବା ଜଣାଯାଇଛି । ଅଫଲାଇନରେ ଅସନ୍ତୁଷ୍ଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୫୯ ଜଣଙ୍କର ମାର୍କ ବଢ଼ିଥିବା ବେଳେ ୨୭୧ ଜଣଙ୍କର ମାର୍କ କମିଥିବା ଜଣାଯାଇଛି ।

ଏଥିରୁ A1 –୪୨,A2 – ୨୫୫, B1-ର୩୪୮, B2-୪୫୮,C – ୫୯୯, D- ୮୪୬, E -ର୨୬୮୫ ଓ F- ଗ୍ରେଡ୍‌ ୪୧ ଜଣ ଛାତ୍ରଛାତ୍ରୀ ପାଇଛନ୍ତି । ତେବେ ୧୪୧ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପ୍ରକାଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.