Below header

ଗଞ୍ଜାମ: ଧନରେ ଆମେ ବି ତୋ ସାଥିରେ ଯିବୁ, ପୁଅର ମୃତ୍ୟୁ ଖବର ଶୁଣି ବାପା ମାଆ କଲେ ଆତ୍ମହତ୍ୟା

ଭଞ୍ଜନଗର(କେନ୍ୟୁଜ୍):  ପୁଅର ମୃତ୍ୟୁ ଖବର ଶୁଣି ବାପା ମାଆଙ୍କ ଆତ୍ମହତ୍ୟା । ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ । ପୁଅ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ମେଡିକାଲରେ ଚିକିତ୍ସିତ ହେଉଥିଲେ । ପୁଅର ମୃତ୍ୟୁ ହୋଇଥିବା ଖବର ପାଇବା ପରେ ବାପା ମାଆ ଏହି ନିଷ୍ଠୁର ନିଷ୍ପତ୍ତି ନେଇଛନ୍ତି ।

କବିସୂର୍ଯ୍ୟନଗର ନିକଟସ୍ଥ ନାରାୟଣପୁର ଶାସନ ଗାଁ ମୁଣ୍ଡରେ ଏକ ଗଛରେ ରଶି ଲଗାଇ ବାପା ଆତ୍ମହତ୍ୟା କରିଥିବା ବେଳେ ମାଆ ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣା ସ୍ଥଳରେ କବିସୂର୍ଯ୍ୟନଗର ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳକୁ ସ୍ତବ୍‌ଧ କରି ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.