Below header

ଯାଜପୁର: ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

ଯାଜପୁର(କେନ୍ୟୁଜ) ଚିକିତ୍ସା ଅବହେଳାରୁ ଡାକ୍ତରଖାନାକୁ ଆସିଥିବା ରୋଗୀଙ୍କ ମୃତ୍ୟୁ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ । ସ୍ଥାନୀୟ ବଡମଙ୍ଗଳପୁର ଗ୍ରାମର ସେକ୍ କାଳିଆ ଆଜି ହଠାତ୍ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଧର୍ମଶାଳା ମେଡିକାଲକୁ ଆଣିଥିଲେ । ଡାକ୍ତର ଦେଖିବା ପରେ ତାଙ୍କୁ ଆବଶ୍ୟକୀୟ ଇଂଜେକସନ୍ ଓ ମେଡିସିନ ଆଣିବାକୁ କହିଥିଲେ ।

patitent dead jajpur

ଡାକ୍ତରଖାନାରେ ଏକ ଘଂଟା ଧରି ଯନ୍ତ୍ରଣା ଅନୁଭବ କରିଥିଲେ ହେଁ ତାଙ୍କର ଉପଯୁକ୍ତ ଚିକିତ୍ସା କରାନଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ଡାକ୍ତରଖାନା ପରିସରରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା । ଅନ୍ୟପକ୍ଷରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ତେବେ ତାଙ୍କର କାର୍ଡିଆକ୍ ସମସ୍ୟା ଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର ଶୁଭ୍ରାଂଶୁ ସାହୁ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.