କଅଁଳ ବୟସର ଚପଳାମି ନେଇଗଲା ଜୀବନ, ବାଇକ ଚଳାଇ ଦୁର୍ଘଟଣାରେ ଚାଲିଗଲା ୪ ନାବାଳକଙ୍କ ଜୀବନ,ଏକାଠି ଜଳିଲା ଜୁଇ

କୋରାପୁଟ(କେନ୍ୟୁଜ୍):  କୋରାପୁଟ ଜିଲ୍ଲାରେ ଘଟିଛି  ଏକ ଦୁଃଖଦ ଘଟଣା। ମୋଟର ସାଇକେଲ ଦୁର୍ଘଟଣାରେ ଚାଲିଯାଇଛି ୪ଜଣଙ୍କ ଜୀବନ।  ପାଡୁଆ ଡାକ ବଙ୍ଗଳାରୁ   ମାତ୍ର ୧୦୦ ମିଟର ଦୂରରେ ଘଟିଛି ଏହି  ମର୍ମନ୍ତୁଦ ସଡକ ଦୁର୍ଘଟଣା। ସବୁଠାରୁ ଦୁଃଖଦ କଥା ହେଉଛି ବାଇକଟିକୁ ଚଲାଉଥିଲେ ଜଣେ  ନାବାଳକ ଓ  ବସିଥିଲେ ୩ ଜଣ ନାବାଳକ। ନୂଆ ନୂଆ ବାଇକ ଧରିଥିବାରୁ ଜୋଶରେ ଗାଡିକୁ ଦ୍ରୁତ ଦୃତ ଗତିରେ ନେଉଥିଲେ ନାବାଳାକ ବାଇକ ଚାଳକ।

ଯେହେତୁ ଗାଡିଟି ସ୍ପିଡ  ଥିଲା ତେଣୁ ବାଇକଟିକୁ ଭାରସାମ୍ୟ ହରାଇ ରାସ୍ତାରେ ଘୋସାଡି ହୋଇଯାଇଥିଲେ। ଯାହା ଫଳରେ ଘଟାଣା ସ୍ଥଳରେ ଚାରିଜଣଙ୍କର ମ୍‌ତ୍ୟୁ ଘଟିଛି। ମ୍‌ତକମାନେ ହେଲେ ପାଡୁଆ ଗ୍ରାମର ଗୋପାଳ ମହାନ୍ତିଙ୍କ ୧୫ ବର୍ଷର ପୁଅ ପଙ୍କଜ ମହାନ୍ତି, ନରସିଂହ ଖରାଙ୍କ ୧୬ ବର୍ଷର ପୁଅ ପ୍ରଶାନ୍ତ ଖରା, ମହେଶ୍ବର ଖିଲଙ୍କର ୧୧ ବର୍ଷର ପୁଅ ଶଶି ଖିଲ ଓ ସନୁ ହନ୍ତାଳଙ୍କ ୧୨ ବର୍ଷର ପୁଅ କ୍‌ଷ୍ଣ ହନ୍ତାଳ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପାଡୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମରଶରୀରକୁ ଉଦ୍ଧାର କରି ପୋଷ୍ଟମର୍ଟମ କରିଥିଲା।  ଆଜି ସମସ୍ତଙ୍କ ଏକା ସାଙ୍ଗରେ  ଶେଷକ୍‌ତ୍ୟ ସମ୍ପର୍ଣ୍ଣ ହୋଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.