ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ

ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ । ୬୩ବର୍ଷ ବୟସ ରେ ଶେଷ ନିଃଶ୍ୱାସ ତ୍ୟାଗ କଲେ। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କଲେ। ଦୀର୍ଘ ଦିନ କର୍କଟ ରୋଗ ରେ ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।

ବିରାଜଙ୍କ ପରଲୋକ ନେଇ ସାନ ପୁଅ ଅର୍ଣ୍ଣବ୍ ଦାସ ସୂଚନା ଦେଇଛନ୍ତି। ଅନେକ ଟିଭି ସିରିଆଲ ଓ ଚଳଚ୍ଚିତ୍ର କ୍ଷେତ୍ରରେ ନିଖୁଣ ଅଭିନୟ କରିଥିଲେ ବିରାଜ। ବିରାଜଙ୍କ ମୃତ୍ୟୁ ଖବର ପାଇ ସମ୍ପୂର୍ଣ୍ଣ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଶେଷ ଦର୍ଶନ ପାଇଁ ଓଲିଉଡର ଅନେକ କଳାକାର ଏକାଠି ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.