ଆସନ୍ତା ୬ ତାରିଖରେ ଭୁବନେଶ୍ୱର ଆସିବେ ଉପରାଷ୍ଟ୍ରପତି, ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରସ୍ତୁତି ବୈଠକ

ଭୁବନେଶ୍ବର(କେନ୍ୟୁଜ୍):  ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଦିନିକିଆ ଗସ୍ତରେ କଟକ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ତା ପୂର୍ବରୁ ଉପରାଷ୍ଟ୍ରପତିଙ୍କ ଗସ୍ତ ନେଇ ଭୁବନେଶ୍ୱର ସ୍ଥିତ ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ବସିଥିଲା ପ୍ରସ୍ତୁତି ବୈଠକ। ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଗସ୍ତ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି ପୋଲିସ ଡିଜି। ବୈଠକରେ ଉପସ୍ଥିତ ଥିଲେ ବରିଷ୍ଠ ପୋଲିସ ଅଧିକାରୀ। କିଟ୍‌ ବିଶ୍ୱବିଦ୍ୟାଳୟରେ ଆଜିଠୁ ଆରମ୍ଭ ହେଉଥିବା ୩୯ତମ ବିଶ୍ୱ କବି ମହାକୁମ୍ଭ ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.