Below header

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଛି ରେଡ

ବରଗଡ଼ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଇରିଗେସନ ବିଭାଗ ସହକାରୀ ଯନ୍ତ୍ରୀ ଟଙ୍କଧର ମେହେରଙ୍କ ଘରେ ଚଢାଉ ହେଉଛି। ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଚଢ଼ାଉ। ଡେମ କଲୋନୀ ସ୍ଥିତ ସରକାରୀ କ୍ୱାର୍ଟର, ବରଗଡ଼ ବାସଭବନ ଓ ଇରିଗେସନ ଅଫିସରେ ରେଡ୍‌ କରାଯାଉଛି। ବଲାଙ୍ଗିରସ୍ଥିତ ଶ୍ୱଶୁର ଘର ଓ ପଦ୍ମପୁର ପୈତୃକ ଘରେ ମଧ୍ୟ ଚଢାଉ ଚାଲିଛି। ତେବେ ବିଭାଗ ପକ୍ଷରୁ ରେଡ୍‌ ଜାରି ରହିଥିବାବେଳେ ମୋଟ ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.