Below header

ସିଭିଅର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଲା ବାତ୍ୟା ‘ବାୟୁ’, ଗୁଜରାଟଠାରୁ ମାତ୍ର ୩୮୦ କିଲୋମିଟର ଦୂର

(କେନ୍ୟୁଜ୍): ସିଭିଅର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଲା ବାତ୍ୟା ବାୟୁ। ଆସନ୍ତାକାଲି ସକାଳେ ଗୁଜରାଟର ପୋରବନ୍ଦର ଓ ମହୁଆ ଦେଇ ଅତିକ୍ରମ କରିବ ବାତ୍ୟା ବାୟୁ । ଏହି ସମୟରେ ୧୪୦ରୁ ୧୫୦ କିଲୋମିଟର ବେଗରେ ପବନ ହେବ । ଦେଢ ମିଟରରୁ ଦୁଇ ମିଟର ଉଚ୍ଚରେ ଜୁଆର ଉଠିପାରେ । ଏହା ବଢି ୧୬୫ କିଲୋମିଟର ହୋଇପାରେ । ବାତ୍ୟା ବାୟୁ ଏବେ ଗୋଆ ଠାରୁ ୪୫୦ କିଲୋମିଟର, ମୁମ୍ବାଇଠାରୁ ୨୯୦ କିଲୋମିଟର ଓ ଗୁଜରାଟଠାରୁ ୩୮୦ କିଲୋମିଟର ଦୂରରେ ରହିଛି । ବାତ୍ୟାକୁ ନଜରରେ ରଖି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଜରୁରୀ ବୈଠକ କରିଛନ୍ତି । ରାଜ୍ୟରେ ୧୦ଟି ଜିଲ୍ଲାରେ ଦୁଇ ଦିନ ପାଇଁ ସ୍କୁଲ ବନ୍ଦ କରାଯାଇଛି । ସବୁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ସେନାକୁ ମଧ୍ୟ ସଜାଗ ରଖାଯାଇଛି । ଗୁଜରାଟରେ ମୋଟ୍‌ ୨୬ଟି ଏନ୍‌ଡିଆରଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି । ଏହା ମଧ୍ୟରୁ ୧୬ଟି ଟିମ୍‌କୁ ରାଜକୋଟ୍‌ରେ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.