ଭାରତ ବଜାରରେ ଲଞ୍ଚ ହେଲା ଅନରର ତିନିଟି ଦମଦାର ଫୋନ, ଜାଣନ୍ତୁ ମୂଲ୍ୟ ଏବଂ ଫିଚର

ନୂଆଦିଲ୍ଳୀ : ଦୂରସଂଞ୍ଚାର ଉପକରଣ ପ୍ରସ୍ତୁତ କରୁଥିବା ଚାଇନା କମ୍ପାନୀ ହୁୱାଇ ନିଜର ଅନର ବ୍ରାଣ୍ଡରେ ଗତକାଲି ତିନିଟି ସ୍ମାର୍ଟଫୋନ ଅନର ୨୦, ଅନର ୨୦ ପ୍ରୋ ଏବଂ ଅନର ୨୦ ଆଇ ଲଞ୍ଚ କରିଛି। କମ୍ପାନୀ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଏକ ଇଭେଣ୍ଟରେ ଏହି ସ୍ମାର୍ଟଫୋନ ଗୁଡିକୁ ଲଞ୍ଚ କରିଛି। ଫିଚର ହିସାବରେ ଅନର ୨୦ ଏବଂ ଅନର ୨୦ ପ୍ରୋରେ ଚାରିଟି ରିୟର କ୍ୟାମେରା ଦିଆଯାଇଛି। ସେହିପରି ଅନର୨୦ ଆଇରେ ତିନିଟି ରିୟର କ୍ୟାମେରା ରହିଛି। ସ୍ମାର୍ଟଫୋନର ମୁଖ୍ୟ ଆର୍କଷଣ ଏହାର କ୍ୟାମେରା ରହିଛି। ଆସନ୍ତୁ ଜାଣିବା ଏହାର ଅନ୍ୟାନ୍ୟ ଫିଚର ଏବଂ ମୂଲ୍ୟ ବିଷୟରେ।

honorphonenew

ଅନର ୨୦ ପ୍ରୋ

ଅନର ୨୦ ପ୍ରୋରେ କ୍ବାଡ କ୍ୟାମେରା ସେଟଅପ ଦିଆଯାଇଛି। ଏହି ଫୋନକୁ ଫୋଟଗ୍ରାଫି ପାଇଁ ସୋନି ଆଇଏମଏକ୍ସ ୫୮୬ସେନ୍ସର ସହ ୪୮ମେଗାପିକ୍ସଲ ପ୍ରାଇମେରୀ ସେନ୍ସର ଦିଆଯାଇଛି। ଫୋନରେ ସୁପର ଭଏସ ଏଙ୍ଗଲ ଥିବା ୧୬ମେଗାପିକ୍ସଲର ସେକେଣ୍ଡାରୀ କ୍ୟାମେରା ରହିଛି। ଏହାସହ ସ୍ମାର୍ଟଫୋନରେ ୮ ମେଗାପିକ୍ସଲର ଟେଲିଫଟୋ କ୍ୟାମେରା ଏବଂ ୨ ମେଗାପିକ୍ସଲର ମାକ୍ରୋ କ୍ୟାମେରା ରହିଛି। ସେଲଫି ପାଇଁ ମୋବାଇଲରେ ୩୨ ମେଗାପିକ୍ସଲର କ୍ୟାମେରା ରହିଛି। କମ୍ପାନୀ ଏହାର ମୂଲ୍ୟ ୩୯,୯୯୯ ଟଙ୍କା ରହିଥିବା ବେଳେ ପାୱାର ବ୍ୟାକଅପ ପାଇଁ ୪୦୦୦ ଏମଏଏଚ୍ ବ୍ୟାଟେରୀ ଦେଇଛି।

honro_20_pro

ଅନର ୨୦

ଅନର ୨୦ ସ୍ମାର୍ଟଫୋନରେ ପଞ୍ଚ ହୋଲ ସହ ୬.୨୬ ଇଞ୍ଚର ଫୁଲ ଏଚଡି ଡିସପ୍ଳେ ଦିଆଯାଇଛି। ଏଥିରେ ୬ ଜିବି ରାମ୍ ରହିଥିବା ବେଳେ ୧୨୮ ରୋମ ରହିଛି। ତେବେ ଏଥିରେ ମଧ୍ୟ ଅନର ୨୦ ପ୍ରୋ ଭଳି ରିୟର କ୍ୟାମେରା ଅପସନ ଦିଆଯାଇଛି। ସେହିପରି ସେଲଫି ପାଇଁ କମ୍ପାନୀ ଏଥିରେ ୩୨ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ଦେଇଛି। ପାୱାର ବ୍ୟାକଅପ ପାଇଁ କମ୍ପାନୀ ଏଥିରେ ୩,୪୦୦ଏମଏଏଚ୍ ବ୍ୟାଟେରୀ ଦେଇଥିବା ବେଳେ ଏହାର ମୂଲ୍ୟ ୩୨,୯୯୯ ଟଙ୍କା ରହିଛି ।

honor-20

ଅନର ୨୦ ଆଇ

ଅନର ୨୦ ଆଇ ସ୍ମାର୍ଟଫୋନ ସବୁଠାରୁ ଲାଟେଷ୍ଟ ଆନଡ୍ରୋଏଡ ପାଏ ଉପରେ ଆଧାରିତ। ଏଥିରେ ୬.୨୧ ଇଞ୍ଚ ଡିସପ୍ଳେ ସହ ୩,୪୦୦ଏମଏଏଚ୍ ବ୍ୟାଟେରୀ ବ୍ୟାକଅପ ଦିଆଯାଇଛି। ଫଟୋଗ୍ରାଫି ପାଇଁ ମୋବାଇଲରେ ୨୪,୮ ଏବଂ ୨ ବିଶିଷ୍ଟ ଟ୍ରିପଲ ରିୟର କ୍ୟାମେରା ଦିଆଯାଇଛି। କମ୍ପାନୀ ଏହାର ମୂଲ୍ୟ ୧୪,୩୯୯ ଟଙ୍କା ରଖିଛି। କମ୍ପାନୀ ଏହି ମୋବାଇଲରେ ରାମ୍ ୪ ଜିବି ଦେଇଥିବା ବେଳେ ରୋମ ଦେଇଛି ୧୨୮ ଜିବି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.