Below header

ଭିଜିଲାନ୍ସ ଜାଲରେ କୋଟିପତି ସହକାରୀ ଯନ୍ତ୍ରୀ, କୁହ୍ନେଇପଡ଼ାରେ ୧.୨୫ କୋଟି ଟଙ୍କାର ତିନିମହଲା ଘର ଠାବ

ବାଙ୍କୀ (କେନ୍ୟୁଜ): ସହକାର ଯନ୍ତ୍ରୀଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା ଓ ସୁନା । ବାଙ୍କୀ ଡମପଡ଼ା ବ୍ଲକ୍‌ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି । ଭିଜିଲାନ୍ସ କଟକ ଡିଭିଜନ ପକ୍ଷରୁ ଏକାକାଳୀନ ୪ଟି ସ୍ଥାନରେ ରେଡ୍‌ କରାଯାଉଛି । ତ୍ରିଶୁଳିଆ କୁହ୍ନେଇପଡ଼ାରେ ଏକ କୋଟି ୨୫ ଲକ୍ଷ ଟଙ୍କାର ତିନିମହଲା ଘର ସହ ଭୁବନେଶ୍ୱର ଓ କଟକର ପ୍ରମୁଖ ଅଞ୍ଚଳରୁ ୩ଟି ଏବଂ ରାଜକନିକାରେ ଗୋଟିଏ ପ୍ଲଟ୍‌ ଠାବ ହୋଇଛି।

ଏହାସହ ୪୫ ଲକ୍ଷର ବ୍ୟାଙ୍କ ଓ ବୀମା ଜମା, ୧୧ ଲକ୍ଷ ଟଙ୍କାର କାର ଓ ଗୋଟିଏ ବାଇକ ମଧ୍ୟ ଜବତ ହୋଇଛି। ଏହାସହ ୩୦୦ ଗ୍ରାମ ସୁନା ଓ ୩୭୮ ଗ୍ରାମର ରୁପା ଜବତ କରାଯାଇଛି । ଚଢାଉରେ ୪ ଜଣ ଡିଏସପି ଓ ୧୦ ଇନସପେକ୍ଟର ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ସେପଟେ ଚଢାଉ ବେଳେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ସହକାରୀ ଯନ୍ତ୍ରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.