ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ପଥରଘାଟ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ
ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ଶିକ୍ଷକ। ସରକାରୀ ପ୍ରାଥମିକ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଆୟ ବର୍ହିିଭୁତ ସମ୍ପତି ଠୁଳ ଅଭିଯୋଗରେ ପଥରଘାଟ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ଲାତୁରପେଟସ୍ଥିତ ବାସ ଭବନରେ ଭିଜିଲାନ୍ସ ପକ୍ଷରୁ କରାଯାଇଛି ଏହି ରେଡ । ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲପୁର ଏବଂ ସୋନପୁର ଭିଜିଲାନ୍ସ ବିଭାଗର ଦୁଇଟି ସ୍ୱତନ୍ତ୍ର ଟିମ ମିଳିତ ଭାବେ ଆଜି ସକାଳୁ ସକାଳୁ ସନ୍ତୋଷ ସାହୁଙ୍କ ଘରେ ଏହି ରେଡ ଆରମ୍ଭ କରିଛନ୍ତି ।
ଭିଜିଲାନ୍ସ ଡିଏସପି ଦାଶରଥି ଶତପଥି ,ଡିଏସପି ଏମ ମିଂଜ,ଡିଏସପି ସୁଜାତା ପଣ୍ଡା ଙ୍କ ସମେତ ବିଭାରର ଅନ୍ଯ ଅଧିକାରୀ ଏହି ରେଡରେ ସାମିଲ ଅଛନ୍ତି । ବର୍ତମାନ ସନ୍ତୋଷ ସାହୁଙ୍କ ସ୍ଥାବର ଅସ୍ଥାବର ସମ୍ପତି ସମେତ, ବ୍ଯାଙ୍କ ଓ ଅନ୍ଯ କାଗଜପତ୍ର ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍ ।