Below header

ଲକ୍ଷ୍ନୌ: ବିଜେପି ସାଂସଦଙ୍କ ପୁଅଙ୍କୁ ଗୁଳିମାଡ କଲେ ଦୁର୍ବୃତ୍ତ, ଜୀବନରୁ ମାରିଦେବାକୁ ହୋଇଥିଲା ଉଦ୍ଯମ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଆଇନ କାନୁନ ବ୍ୟବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି । ଯାହାର ଜଳ୍ବନ୍ତ ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ବିଜେପି ସାଂସଦ କୌଶଳ କିଶୋରଙ୍କ ପୁଅ ଆୟୁଷଙ୍କୁ କିଛି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି । ଦୁର୍ବୃତ୍ତମାନେ ବାଇକରେ ଆସି ଗୁଳିମାଡ କରି ଫେରାର ହୋଇଯାଇଥିଲେ । ଲକ୍ଷ୍ନୌର ମାଡିୟାବ କ୍ଷେତ୍ରର ଛଠାମୀଲରେ ଏହି ଘଟଣା ଘଟିଛି ।

ସୂଚନା ମୁତାବକ, ୩୦ ବର୍ଷୀୟ ଆୟୁଷଙ୍କୁ କିଛି ଦୁର୍ବୃତ୍ତ ବାଇକରେ ଆସି ଗୁଳିମାଡ କରି ଫେରାର ହୋଇଯାଇଥିଲେ । ଗୁଳି ତାଙ୍କ ଛାତିରେ ବାଜିଥିଲା । ଏବେ ସେ ଗୁରୁତର ଅବସ୍ଥାରେ ଟ୍ରାମା ସେଣ୍ଟରରେ ଭର୍ତ୍ତି ହୋଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି। ଥାନାରେ ମାମଲା ରୁଜୁ କରାଯାଇଛି । ସୂଚନାଯୋଗ୍ୟ, ଗାଜିପରୁ କ୍ଷେତ୍ରରେ ମଙ୍ଗଳବାର ହୋଇଥିବା ଡକାୟତି ପରେ ବୁଧବାର ମାଡିୟାବରେ ବିଜେପି ସାଂସଦଙ୍କ ପୁଅ ଗୁଳିମାଡର ଶିକାର ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.