ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ସୁନୀଲ ସେଟ୍ଟୀଙ୍କୁ ପୁଅ ଅହାନ, ଅକ୍ଷୟ କୁମାର ସେୟାର କଲେ ପୋଷ୍ଟର
ଅଭିନେତ୍ରୀ ତାରା ସୁତାରିଆ ଏବଂ ଅହାନ ସେଟ୍ଟୀଙ୍କ ଅପକମିଙ୍ଗ ଫିଲ୍ମ ‘ତଡପ’ ଖୁବଶୀଘ୍ର ପରଦା ଉପରକୁ ଆସିବାକୁ ଯାଉଛି। ଯାହାର ପୋଷ୍ଟରକୁ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି। ଆଉ ଏଥିପାଇଁ ସବୁଠାରୁ ଅଧିକ ଖୁସି ଅଛନ୍ତି ଅକ୍ଷୟ କୁମାର। ଫିଲ୍ମଟି ଆସନ୍ତା ସେପ୍ଟେମ୍ବର ୨୪ରେ ରିଲିଜ ହେବ ବୋଲି ଜଣାପଡିଛି।
ଫିଲ୍ମ ‘ତଡପ’ର ପୋଷ୍ଟର ସେୟାର କରି ଅକ୍ଷୟ କୁମାର ଲେଖିଛନ୍ତି, ଅହାନ ତୁମ ପାଇଁ ବହୁତ ବଡ ଦିନ। ତୁମ ବାପା ସୁନୀଲ ସେଟ୍ଟୀଙ୍କ ପ୍ରଥମ ଫିଲ୍ମ ବଳବାନର ପୋଷ୍ଟର ମୋତେ ଏବେ ବି ମନେ ଅଛି ଓ ଆଜି ମୁଁ ତୁମର ପ୍ରଥମ ଫିଲ୍ମର ପୋଷ୍ଟର ସେୟାର କରୁଛି। ଫିଲ୍ମର ପୋଷ୍ଟର ସେୟାର କରି ମୁଁ ବହୁତ ଖୁସି ଓ ଗର୍ବ ଅନୁଭବ କରୁଛି।
View this post on Instagram
‘ତଡପ’ ୨୦୧୮ରେ ରିଲିଜ ହୋଇଥିବା ତେଲୁଗୁ ଫିଲ୍ମ RX 100 ର ରିମେକ୍। RX 100 ବକ୍ସ ଅଫିସରେ ହିଟ ହୋଇଥିଲା। ଫିଲ୍ମକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ତଡପରେ ଅହାନଙ୍କ ସହ ତାରା ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ପାଇଁ ଅହାନ ବହୁତ ପରିଶ୍ରମ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମିଳନ ଲୁଥରିୟା।
Totally nailed the angry young man look here, looking forward to watching you on the big screen. Sending all my love and best wishes for #Tadap, in cinemas on 24th September.#AhanShetty @TaraSutaria @MilanLuthria @WardaNadiadwala @NGEMovies @foxstarhindi pic.twitter.com/bfCBdtvR77
— Akshay Kumar (@akshaykumar) March 2, 2021
ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ୯୦ ଦଶକରେ ଅକ୍ଷୟ କୁମାର ଓ ସୁନୀଲ ସେଟ୍ଟୀଙ୍କ ଯୋଡି ଅନେକ ଫିଲ୍ମରେ କାମ କରିଛନ୍ତି। ଉଭୟ ଯୋଡିକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି।