ସମ୍ବଲପୁର ବାରେଇପାଲି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୩ମୃତ, ଜଣେ ଗୁରୁତର
ସମ୍ବଲପୁର: ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ। ଘଟଣାସ୍ଥଳରେ ଚାଲିଗଲା ୩ଜୀବନ, ଜଣେ ଗୁୁରୁତର। ସମ୍ବଲପୁର ଅଇଁଠାପାଲି ଥାନା ବରେଇପାଲି ଅଞ୍ଚଳରେ ଗତକାଲି ରାତିରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ମୃତକମାନେ ସମସ୍ତେ ହୀରାକୁଦ ଅଞ୍ଚଳର।
ଏମାନେ ସମସ୍ତେ ବିଳମ୍ବିତ ରାତିରେ ସମ୍ବଲପୁରରୁ ବୁର୍ଲା ପଟକୁ ବାଇକ୍ରେ ଯାଉଥିବାବେଳେ ଭାରସାମ୍ୟ ହରାଇ ପଡିଯାଇଥିଲେ। ତାଙ୍କ ଉପରେ ଏକ ଅଜଣା ଟ୍ରକ ଚଢି ଯାଇଥିଲା। ପୋଲିସ ଆମ୍ବୁଲାନ୍ସ ଯୋଗେ ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲା। ଡାକ୍ତର ସେଠାରେ ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଗୁରୁତରଙ୍କ ବୁର୍ଲା ମେଡିକାଲରେ ଚିକିତ୍ସା ଚାଲିଛି।