ଜଲଦି ହାତକୁ ଦି ହାତ ହେବେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମରାହ, ବିସିସିଆଇ ଦେଲା ସୂଚନା
ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ଖୁବଶୀଘ୍ର ଜୀବନର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ବୁମରାହ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ନିକଟରେ ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ରୁ ଓହରି ଯାଇଥିଲେ। ଏହାକୁ ନେଇ କ୍ରିକେଟ୍ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠିଥିଲା ଯେ, କେଉଁ ବ୍ୟକ୍ତିଗତ କାରଣ ପାଇଁ ବୁମରାହ ସିରିଜ୍ରୁ ଓହରିଗଲେ। ଏବେ ପ୍ରଶଂସକଙ୍କ ପ୍ରଶ୍ନର ଜବାବ ଦେଇଛନ୍ତି ବୁମରାହ।
ତେବେ ବିସିସିଆଇ ଏବେ ବୁମରାହଙ୍କ ଏହି ନିଷ୍ପତ୍ତି ପଛର କାରଣ ଜଣାଇଛି। ବୋର୍ଡର ଅଧିକାରୀ କହିଛନ୍ତି, ବୁମରାହ ଛୁଟି ଦିନରେ ବିବାହ କରିବାକୁ ପ୍ରସ୍ତୁତି କରି ସାରିଛନ୍ତି। ଆଶା କରାଯାଉଛି, ଚଳିତ ସପ୍ତାହରେ ସେ ବିବାହ ବନ୍ଧନରେ ଆବଦ୍ଧ ହେବେ।
Ind vs Eng: Bumrah has taken leave to prepare for marriage
Read @ANI Story | https://t.co/HoCS8Oi3CZ pic.twitter.com/0fcRbGpMj7
— ANI Digital (@ani_digital) March 2, 2021
ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଦ୍ରୁତ ବୋଲର ବୁମରାହ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏହାର ପ୍ରସ୍ତୁତି ପାଇଁ ସେ ଟେଷ୍ଟ ସିରିଜ୍ରୁ ହଟି ଯିବାକୁ ନିଷ୍ପତ୍ତି ନେଇଥିଲେ। ସେ ବିବାହ କରିବାକୁ ଯାଉଥିବା ବୋର୍ଡକୁ ମଧ୍ୟ ଜଣାଇଛନ୍ତି ଏବଂ ଏହି ବଡ ଆୟୋଜନର ପ୍ରସ୍ତୁତି ପାଇଁ କିଛି ସମୟ ଚାହୁଁଥିବା କହିଥିଲେ।