ସମ୍ବଲପୁର: ଷ୍ଟେସନ୍ ନିକଟରେ ରେଳ ଲାଇନ୍ ପାର ହେଉଥିବାବେଳେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ୍, ଭିଡିଓ ଭାଇରାଲ୍
ସମ୍ବଲପୁର: ମାଡିଗଲା ଟ୍ରେନ୍ । ନିମିଷକରେ ଚାଲିଗଲା ଜୀବନ । ରେଳ ଲାଇନ୍ରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ୍ । ଏପରି ଏକ ଘଟଣା ଘଟିଛି ସମ୍ବଲପୁର ଫାଟକ ଷ୍ଟେସନ୍ ନିକଟରେ । ଯୁବକ ଜଣଙ୍କ ରେଳ ଲାଇନ୍ ପାର ହେଉଥିଲେ । ଏହି ସମୟରେ ଚାଲି ଆସିଥିଲା ଟ୍ରେନ୍ ।
ଟ୍ରେନ୍ ଦ୍ରୁତ ଗତିରେ ଆସୁଥିବା ଦେଖି ମଧ୍ୟ ଏହାକୁ ଖାତିର ନକରି ଯୁବକ ଜଣଙ୍କ ରେଳ ଲାଇନ୍ ପାର କରୁଥିଲେ । ନିକଟରେ ଥିବା ଲୋକେ ତାଙ୍କୁ ଶୀଘ୍ର ପଳାଇ ଆସିବାକୁ କହିଥିଲେ । ସେ କିଛି ବୁଝିବା ପୂର୍ବରୁ ତାଙ୍କୁ ଧକ୍କା ଦେଇଥିଲା ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍ । ମୃତ ଯୁବକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ନାଭିଦିତ୍ୟ ବଗର୍ତୀ । ଦୁର୍ଘଟଣା ବେଳର ଦୃଶ୍ୟ ସିସିଟିଭରେ ଏକଦ ହୋଇଛି ।