୮ଲକ୍ଷ ଟଙ୍କା ପାଇଁ ସୋର କେଶପୁର ଗାଁର ଜଣେ ଯୁବକଙ୍କୁ ପଣବନ୍ଦୀ, ଟଙ୍କା ନଦେଲେ ହତ୍ୟା କରିବାକୁ ଧମକ

ସୋର: ୮ଲକ୍ଷ ଟଙ୍କା ପାଇଁ ପଣବନ୍ଦୀ। ଟଙ୍କା ନଦେଲେ ବନ୍ଧୁକ ମୁନରେ ହତ୍ୟା ଧମକ ଭିଡିଓ ଭାଇରାଲ୍‌। ବାଲେଶ୍ୱର ଜିଲ୍ଲା ସୋର ଥାନା କେଶପୁର ଗାଁର ତାପସ ମହାନ୍ତି ୮ବର୍ଷ ଧରି ବେଙ୍ଗାଲୁରୁର ଏକ କ୍ୟାଣ୍ଟିନ୍‌ରେ କାମ କରୁଥିଲେ। ୧୦ଦିନ ତଳେ ତାପସ ଗାଁକୁ ଫେରିଥିଲେ। ଘରେ ଥିବାବେଳେ ଗତ ୨୮ତାରିଖରେ ତାଙ୍କ ନିକଟକୁ ଏକ ଅଜଣା ନମ୍ବରରୁ ଫୋନ୍‌ କଲ୍‌ ଆସିଥିଲା। କୋଲକତାରେ କାମ ଥିବା କହି ତାଙ୍କୁ ଡାକିବାରୁ ତାପସ ତୁରନ୍ତ ଚାଲିଯାଇଥିଲେ।

ସେଦିନ ସନ୍ଧ୍ୟାରେ ତାପସଙ୍କ ସ୍ତ୍ରୀ ସୁକନ୍ତିଙ୍କ ନିକଟକୁ ଏକ ଅଜଣା ଫୋନରୁ କଲ୍‌ ଆସି ତାଙ୍କ ସ୍ୱାମୀଙ୍କୁ ଅପହରଣ କରାଯାଇଥିବା କହିଥିଲେ। ଅପହରଣକାରୀମାନେ ୮ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ। ଆକାଉଣ୍ଟକୁ ଟଙ୍କା ନପଠାଇଲେ ହତ୍ୟା ଧମକ ଦେଇଥିଲେ ଅପହରଣକାରୀ। ଗତକାଲି ସେହି ନମ୍ବରରୁ ତାପସଙ୍କ ହାତ ଗୋଡ ବନ୍ଧା ଯାଇଥିବା ଭିଜୁଆଲ୍‌ ପରିବାର ନିକଟକୁ ଆସିଛି। ଯାହାର ଭିଡିଓ ଭାଇରାଲ ହୋଇଛି । ଏନେଇ ତାପସଙ୍କ ସ୍ତ୍ରୀ ସୋର ଥାନାରେ ଲିଖିତ ଭିଯୋଗ କରିଛନ୍ତି। ଅପହରଣକାରୀ ଦେଇଥିବା ଆକାଉଣ୍ଟ ନମ୍ବରରେ ତାପସଙ୍କ ପରିବାର ୫୦ହଜାର ଟଙ୍କା ଡିପୋଜିଟ୍‌ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.