Below header

ମହାକାଶରେ ଖୋଲିବାକୁ ଯାଉଛି ପ୍ରଥମ ହୋଟେଲ, ୨୦୨୭ ସୁଦ୍ଧା କାମ ହେବ ଶେଷ

ଏବେ ଅନ୍ତରୀକ୍ଷରେ ଅନେକ ପ୍ରକାର ଆକ୍ଟିଭିଟି ରେକର୍ଡ କରାଯାଉଛି। କେତେବେଳେ ନୂଆ ଗ୍ରହର ସନ୍ଧାନ କରାଯାଉଛି ତ, ଆଉ କେତେ ବେବେଳେ ଏଠାରେ ରହିବାକୁ ପ୍ଲାନ କରାଯାଉଛି। କିନ୍ତୁ ଏବେ ଅନ୍ତରୀକ୍ଷରେ ଏମିତି କିଛି ହେବାକୁ ଯାଉଛି, ଯାହା ବିଷୟରେ ଆପଣ କଳ୍ପନା କରିନଥିବେ। ଥରେ ଭାବନ୍ତୁ ତ, ଜହ୍ନ-ତାରା ମଧ୍ୟରେ ବସି ଖାଇବା ପିଇବାର ମସ୍ତି କରିବାକୁ ସ୍ବପ୍ନ ଦେଖିଥିବେ, ଯାହା ଏବେ ପୂରଣ ହେବାକୁ ଯାଉଛି।

ପୃଥିବୀ ବାହାରେ ମହାକାଶରେ ହୋଟେଲ ହେବାକୁ ଯାଉଛି। Orbital Assembly ଏହା ଉପରେ କାମ କରୁଛି। ୩ ବର୍ଷ ପୁରୁଣା ଏହି କମ୍ପାନୀ ୨୦୨୫ ସୁଦ୍ଧା ଏହା ଉପରେ କାମ ଆରମ୍ଭ କରିବ। ଡେଲି ମେଲର ଏକ ଖବର ଦାବି କରାଯାଇଛି ଯେ, ୨୦୨୭ ସୁଦ୍ଧା ହୋଟେଲ ସମ୍ପୂର୍ଣ୍ଣ ହୋଇଯିବ। ଏହି ହୋଟେଲର ନାମ ‘ଭୋୟାଗର କ୍ଲାସ ସ୍ପେସ ଷ୍ଟେସନ’ ରଖାଯିବ।

ଏହି ହୋଟେଲରେ ଥିମ ରେସ୍ତୋରାଁ, ହେଲ୍ଥ ସ୍ପା, ସିନେମାହଲ, ଜିମ, ଲାଇବ୍ରେରୀ, କନସର୍ଟ ଭେନ୍ୟୁ, ପୃଥିବୀକୁ ଦେଖିବାକୁ ଏକ ଲାଉଞ୍ଜ, ବାର ଓ ରୁମ ରହିବ। ଏହି ହୋଟେଲରେ ୪୦୦ ଲୋକଙ୍କ ପାଇଁ ବ୍ୟବସ୍ଥା ହେବ। ହୋଟେଲରେ କ୍ରୁ ସଦସ୍ୟଙ୍କ ପାଇଁ ଅଲଗା ରୁମ ତିଆରି ହେବ।

space hotel
photo credit: Business insider

Orbital Assembly ଏଥିପାଇଁ ପରର୍ମାନେଣ୍ଟ ଷ୍ଟେକହୋଲଡର୍ସ ଭାବେ ସରକାରୀ ଏଜେନ୍ସିଗୁଡିକୁ ଖୋଜୁଛି ଯେପରି ସେମାନେ ସେଠାରେ ନିଜର ଟ୍ରେନିଂ ସେଣ୍ଟର ଖୋଲିପାରିବେ। ଏହି ହୋଟେଲ ପ୍ରତି ୯୦ ମିନିଟରେ ଗ୍ଲୋବର ଗୋଟିଏ ଚକ୍କର ପୁରା କରିବ। କୌଣସି ବ୍ୟକ୍ତି ଚାହିଁଲେ ୨୦*୧୨ ମିଟରର ଏକ ମଡେଲ କିଣି ବି ପାରିବେ। ଏହା ଏକ ପ୍ରକାର ପ୍ରାଇଭେଟ ଭିଲ୍ଲା ଭଳି।

ଏହି ସ୍ପେସ ସେଣ୍ଟର ଏକ ବଡ ସର୍କଲ ଆକାରରେ ହେବ ଏବଂ ଏହା କୃତ୍ରିମ ମାଧ୍ୟାକର୍ଷଣ (Artificial Gravity) ଜେନେରେଟ କରିବାକୁ ସବୁବେଳେ ବୁଲିବ। ଏହା ଚନ୍ଦ୍ରମାର ମାଧ୍ୟାକର୍ଷଣ ଭଳି ହେବ।

space
photo credit: Times now

ଗେଟୱେ ଫାଉଣ୍ଡେସନର ସଂସ୍ଥାପକ ଜନ ବ୍ଲିଙ୍କୋଭ୍ କହିଛନ୍ତି ଯେ, ଏହା ଆଗାମୀ ଇଣ୍ଡଷ୍ଟ୍ରିଆଲ ରିଭୋଲ୍ୟୁସନ ହେବ। ଏହି ୱାଇଜରର କିଛି ଅଂଶ ଗେଟୱେ ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ହେବ। STAR (Structure Trust Assembly Robot) ନାମକ ଏକ ରୋବଟ୍ ଏହାର ପ୍ରାରମ୍ଭିକ ଆକାର ପ୍ରସ୍ତୁତ କରିବ। ପ୍ରଥମେ କମ୍ପାନୀକୁ ମାଧ୍ୟାକର୍ଷଣ ଶକ୍ତି ସହ ଜଡିତ ଟେଷ୍ଟିଙ୍ଗ ପୁରା କରିବାକୁ ହେବ।

ଏଠାରେ କାମ କରିବାକୁ ଲୋକଙ୍କୁ ସ୍ବତନ୍ତ୍ର ପ୍ରକାର ଟ୍ରେନିଂ ଦିଆଯିବ। ହୋଟେଲ ତିଆରିରେ କେତେ ଟଙ୍କା ଖର୍ଚ୍ଚ ହେବ ସେ ସମ୍ପର୍କରେ କିଛି କୁହାଯାଇନାହିଁ। କିନ୍ତୁ ଖବର ମୁତାବକ, ଏହାକୁ ସାଧାରଣ ଲୋକ ରହିବା ପରେ ପ୍ରସ୍ତୁତ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.