Below header

ଢେଙ୍କାନାଳ: ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନିହଲପ୍ରସାଦ ଥାନା ଆଇଆଇସିଙ୍କୁ ଧରିଲା ଭିଜିଲାନ୍ସ

କେନ୍ୟୁଜ୍(ବ୍ୟୁରୋ):  ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଆଇଆଇସି । ସ୍ଥାନୀୟ ଅଞ୍ଚଳର ଅଇଁଠା ସେଠୀ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନସ ହାତରେ ଧରାପଡିଛନ୍ତି ଆଇଆଇସି ଚିତ୍ତରଞ୍ଜନ ବେହେରା । ଏକ ଯୌତୁକ ନିର‌୍ୟ୍ୟାତନା କେସରେ ଦଫା ୩୦୭ ଉଠାଇଦେବା ପାଇଁ ଆଇଆଇସି ୬ହଜାର ଟଙ୍କା ଡିମାଣ୍ଡ କରିଥିଲେ।

dhenkanal iic

ଯାହା ନାଁରେ ଅଭିଯୋଗ ରହିଥିଲା ତାଙ୍କଠାରୁ ଆଜି ୬ହଜାର ଟଙ୍କା ନେଉଥିବା ବେଳେ ଚଢାଉ କରିଥିଲା କଟକ ଓ ଢେଙ୍କାନାଳ ଉଭୟ ଶାଖାର ଭିଜିଲାନସ ବିଭାଗ। ଆଇଆଇସିଙ୍କୁ ଭିଜିଲାନସ ନିଜ ହେପାଜତକୁ ନେଇ ଅଧିକ ତଦନ୍ତ ଚଳାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.