୫ଜି ନେଟୱର୍କ : ମିଳିବ ସୁପରଫାଷ୍ଟ ନେଟୱର୍କର ଫାଇଦା, ଡାଟା ଟ୍ରାନ୍ସଫର ୧୦୦ ଗୁଣା ଅଧିକ ହେବ
ଏବେ ୫ଜି ନେଟୱର୍କକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ଦେଶରେ ଚଳିତବର୍ଷ ୫ଜି ନେଟୱର୍କ ଆରମ୍ଭ ହେବା କଥା କୁହାଯାଉଛି । କିନ୍ତୁ ଏବେ ବି ଅଧିକାଂଶ ଲୋକେ ଏହାର ଫାଇଦା ସମ୍ପର୍କରେ ଜାଣିନାହାଁନ୍ତି । ତେବେ ଆସନ୍ତୁ ଜାଣିବା ୫ଜି ନେଟୱର୍କର ଫାଇଦା କ’ଣ ?
ସୂଚନା ଅନୁସାରେ ୫ଜି ନେଟୱର୍କ ବର୍ତ୍ତମାନର ୪ଜି ନେଟୱର୍କଠୁ ବହୁତ ସ୍ପିଡ୍ ହେବ । ଡାଟା ଟ୍ରାନ୍ସଫର ୧୦ ଗୁଣାରୁ ୧୦୦ ଗୁଣା ଅଧିକ ସ୍ପିଡ୍ ହୋଇଯିବ । ୫ଜି ନେଟୱର୍କ ଆସିବା ପରେ ୟୁଟ୍ୟୁବ୍ ବା ଅନ୍ୟ କୌଣସି ଭିଡିଓ ମାତ୍ର କିଛି ସେକେଣ୍ଡରେ ଅପଲୋଡ୍ ହୋଇଯିବ । ଏବେ ୪ଜି ପ୍ଲାଟଫର୍ମରେ ଭିଡିଓ ଅପଲୋଡ୍ କରିବା ପାଇଁ ବହୁତ ସମୟ ଲାଗୁଛି ।
ସୂଚନା ଅନୁସାରେ, ୫ଜି ନେଟୱର୍କ ଆସିବା ପରେ ଆପଣଙ୍କ ଭିଡିଓ କଲିଂ ଆହୁରି ଜବରଦସ୍ତ ହୋଇଯିବ । କୌଣସି ବି ଭିଡିଓ କଲରେ ଭିଜୁଆଲ କ୍ରିଷ୍ଟାଲ୍ କ୍ଲିୟର ହୋଇଯିବ ।
ପବଜୀ ଭଳି ଅନଲାଇନ୍ ଷ୍ଟ୍ରିମିଂ ଗେମ୍ସ ଖେଳୁଥିବା ୟୁଜର୍ସଙ୍କ ପାଇଁ ୫ଜି ନେଟୱର୍କ ଲାଭଦାୟକ ହେବ । ୫ଜି ନେଟୱର୍କରେ ଆପଣ ହାଇ-ଡେଫିନେସନ ଗେମ୍ସ ଖେଳିପାରିବେ । ଖାଲି ସେତିକି ନୁହେଁ । ଏବେ ସେଲ୍ଫ ଡ୍ରାଇଭିଂ କାର୍ କଥା ବହୁତ ଶୁଣିବାକୁ ମିଳୁଛି । ୫ଜି ନେଟୱର୍କ ସେଲ୍ଫ ଡ୍ରାଇଭିଂ ଯାନ ସହିତ କନେକ୍ଟ ହେବ । ଏହା ସାହାଯ୍ୟରେ ସଡକ ଦୁର୍ଘଟଣା ମଧ୍ୟ ହ୍ରାସ ପାଇବ ।