ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ବିନୟ କୁମାର, ୨୦୧୦ରେ କରିଥିଲେ ଡେବ୍ଯୁ

ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ବିନୟ କୁମାର ଅନ୍ତର୍ଜାତୀୟ ଏବଂ ଫାଷ୍ଟ କ୍ଲାସ କ୍ରିକେଟକୁ ଅଲବିଦା କହିଛନ୍ତି। କ୍ରିକେଟର ତିନୋଟି ଫର୍ମାଟରୁ ସେ ଆଜି ଅବସର ଘୋଷଣା କରିଛନ୍ତି। ଏନେଇ ନିଜେ ବିନୟ କୁମାର ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ବିନୟ ଭାରତ ପକ୍ଷରୁ ୧ ଟେଷ୍ଟ, ୩୧ଟି ଦିନିକିଆ ଏବଂ ୯ଟି ଟି-୨୦ ମ୍ଯାଚ ଖେଳିଛନ୍ତି।

ସୂଚନା ଥାଉକି, ବିନୟ କୁମାର ଟିମ୍ ଇଣ୍ଡିଆ ପାଇଁ ଗୋଟିଏ ଟେଷ୍ଟ ଖେଳି ଗୋଟିଏ ଓ୍ବିକେଟ ନେଇଥିଲେ। ସେହିପରି ଟିମ୍ ଇଣ୍ଡିଆ ପାଇଁ ୩୧ଟି ଦିନିକିଆ ମ୍ୟାଚ୍ ଖେଳି ମୋଟ ୩୮ ଓ୍ବିକେଟ ନେବାରେ ସଫଳ ହୋଇଥିଲେ ବିନୟ କୁମାର। ଏଥିସହିଜ ୯ଟି ଟି-୨୦ ମ୍ୟାଚ୍ ଖେଳି ୧୦ ଓ୍ବିକେଟ ନେବାରେ ସଫଳ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.