Below header

ବାଇଡେନ ପ୍ରଶାସନର ପ୍ରଥମ ଏୟାର ସ୍ଟ୍ରାଇକ, ସିରିୟାରେ ଗଡ଼ିଲା ୧୭ ଆତଙ୍କବାଦୀଙ୍କ ମୁଣ୍ଡ

ଜୋ ବାଇଡେନ କ୍ଷମତାକୁ ଫେରିବା ପରେ ପ୍ରଥମ ଥର ପାଇଁ ଏୟାରଷ୍ଟ୍ରାଇକ କଲା ଆମେରିକା । ରାଷ୍ଟ୍ରପତି ବାଇଡେନ ପୂର୍ବ ସିରିଆ ସ୍ଥିତ ଇରାନ ସମର୍ଥିତ ଆତଙ୍କବାଦୀଙ୍କ ଉପରେ ଏୟାର ସ୍ଟ୍ରାଇକ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିକଟରେ ଇରାକରେ ଆମେରିକା ସେନାଙ୍କୁ ଟାର୍ଗେଟ କରିବାର ପ୍ରତିଶୋଧ ନେଇଛି ଆମେରିକା । ଏନେଇ ପ୍ରଥମେ ଗଣମାଧ୍ୟମକୁ ସୂଚନା ପେଣ୍ଟଗନ ପ୍ରବକ୍ତା ଜନ କ୍ରିବି ଦେଇଥିଲେ । କ୍ରିବି ଏହା ମଧ୍ୟ କହିଛନ୍ତିକି, ରାଷ୍ଟ୍ରପତି ବାଇଡେନ ନିଜ ଦେଶର ଯବାନ ଓ ନିଜ ସାଥି ମାନଙ୍କ ଜୀବନ ରକ୍ଷା କରିବାକୁ ଏହି ପଦକ୍ଷେପ ନେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତିକି, ବାଇଡେନ ସିରିୟା ତଥା ଇରାକରେ ସ୍ଥିତି ଖରାପ କରିବାକୁ ଚାହୁଁନାହାନ୍ତି । କେବଳ ମାତ୍ର ବର୍ଡ଼ରରେ ମହଜୂତ ଥିବା ଇରାନ ଆତଙ୍କବାଦୀଙ୍କୁ ହିଁ ଲକ୍ଷ କରି ଏହି ଆକ୍ରମଣ କରାଯାଇଥିଲା ।

କିନ୍ତୁ ଘଟଣା ସ୍ଥଳରେ କେତେ ଅତଙ୍କବାଦୀଙ୍କ ମୁଣ୍ଡ ଗଡିଛି ସେନେଇ ସଠିକ ତଥ୍ୟ ମିଳିପାରି ନାହିଁ । କିନ୍ତୁ ସିରିୟାନ ଅଜରଭେଟରୀ ଫର ହ୍ୟୁମାନ ରାଇଟ୍ସ ଅନୁଯାୟୀ ଏଥିରେ ୧୭ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ୨୦୧୫ ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ପ୍ରଶାସନ ସମୟରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଏକ ସନ୍ଧିକୁ ପରବର୍ତ୍ତୀ ସମୟରେ ଟ୍ରମ୍ପ ସରକାର ଖାରଜ କରିଦେଇଥିଲେ । ପରେ ଆମେରିକା ସନ୍ଧିରୁ ବାହାରି ଆସିଥିଲା ।

ସୂଚନା ଦେବା ଯୋଗ୍ୟକି, ଗତ ଫେବୃଆରୀ ୧୫ ତାରିଖରେ ଇରାବିଲ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରର ଆମେରିକା ବେସରେ ହୋଇଥିବା ରକେଟ ମାଡ଼ରେ ଆକ୍ରମଣରେ ଜଣେ ଆମେରିକୀୟ କଣ୍ଟ୍ରାକ୍ଟର ପ୍ରାଣ ହରାଇ ଥିଲେ । ଯେବେକି କିଛି ଅନ୍ୟ ଆମେରିକୀୟ କଣ୍ଟ୍ରାକ୍ଟର ଗୁରୁତର ଆହତ ହୋଇଥିଲେ । ଏହି ଆହତଙ୍କ ମଧ୍ୟରେ ୟୁଏସ ସର୍ଭିସର କିଛି ସଦସ୍ୟ ବି ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.