ମାଲକାନଗିରି ସୀମାନ୍ତ ତେଲେଙ୍ଗାନା କତମଗୁଡ଼ା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ଗାଁ ଲୋକ ମୁହାଁମୁହିଁ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର କତମଗୁଡ଼ା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ଗାଁ ଲୋକ ମୁହାଁମୁହିଁ । ଏନକାଉଣ୍ଟରରେ ନିହତ ମାଓବାଦୀ କମାଣ୍ଡର ଲିଙ୍ଗାନ୍ନା ଶବ ଆଣିବାକୁ ସିଆରପିଏଫ ଓ ଗ୍ରେହାଉଣ୍ଡ ଯବାନ ଯାଇଥିବା ବେଳେ ଗାଁ ଲୋକଙ୍କ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ଉତ୍ତ୍ୟକ୍ତ ଲୋକେ ସୁରକ୍ଷାକର୍ମୀଙ୍କ ଉପରକୁ ଟେକା ପଥର ମାଡ଼ କରିଥିଲେ । ଏଥିରେ ଗ୍ରେହାଉଣ୍ଡର ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଫାଙ୍କା ଗୁଳି ଚାଳନା କରାଯାଇଥିଲା । ପରେ ଘଟଣାସ୍ଥଳରୁ ଜଣେ ମାଓବାଦୀର ମୃତଦେହ ଉଦ୍ଧାର ସହ ଅନ୍ୟ ୨ ମାଓବାଦୀଙ୍କୁ ଗିରଫ କରିଛନ୍ତି ଯବାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.