Below header

ପୁଣି ଲଜ୍ଜା, ଦିଲ୍ଲୀରେ ବିକ୍ରି ହେଲେ ପଲ୍ଲୀର ଝିଅ

ସୁନ୍ଦରଗଡ(କେନ୍ୟୁଜ୍): ପୁଣି ଲଜ୍ଜା । ଦିଲ୍ଲୀରେ ବିକ୍ରି ହେଲେ ପଲ୍ଲୀର ଝିଅ । ସୁନ୍ଦରଗଡ ଜିଲ୍ଲା କିଞ୍ଜିରକେଲା ଥାନା କୁଲବା ଗାଁର ଜଣେ ଯୁବତୀଙ୍କୁ ଦିଲ୍ଲୀରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ମଙ୍ଗଳବାର ପୀଡିତା ଯୁବତୀ ସାନ ଭାଇକୁ ଫୋନ କରି ଜଣେ ମହିଳା ତାଙ୍କୁ ବିକ୍ରି କରିଦେଇଥିବା ଜଣାଇଥିଲେ । ସେଠାରେ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ମଧ୍ୟ କହିଥିଲେ। ତେବେ ସେ ଫୋନ କରିଥିବା ନମ୍ବର ଏବେ ବନ୍ଦ ଥିବାରୁ ଘର ଲୋକଙ୍କ ଚିନ୍ତା ବଢିଛି । ଝିଅକୁ ଫେରାଇ ଆଣିବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ପରିବାରଲୋକେ । ସେପଟେ ଘଟଣାର ତଦନ୍ତ ଚାଲିଥିବାରୁ ପୋଲିସର ପ୍ରତିକ୍ରିୟା ମିଳି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.