ଖାରବେଳନଗର ଆଶ୍ରୟ ଘରକୁ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଅଚାନକ ଗସ୍ତ

ଭୁବନେଶ୍ୱର(କେନ୍ୟୁଜ୍): ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଅଚାନକ ଭୁବନେଶ୍ୱର ଖାରବେଳନଗରରେ ଥିବା ଆଶ୍ରୟ ଘରକୁ ବୁଲି ଦେଖିଛନ୍ତି । ଏହାପରେ ଶ୍ରମିକ କଲ୍ୟାଣ ପରିଷଦ କାର୍ଯ୍ୟଳୟ ପରିଦର୍ଶନ କରିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟର ଜନସାଧାରଣ କିଭଳି ସୁଫଳ ପାଉଛନ୍ତି, ସେନେଇ ଆଲୋଚନା କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରମିକ ଆସି ଭୁବନେଶ୍ୱରରେ କାର୍ଯ୍ୟ କରୁଛନ୍ତି । ସେମାନଙ୍କ କଣ ସୁବିଧା ଅସୁବିଧା କଥା ପଚାରି ବୁଝିଛନ୍ତି । ୫-ଜି ର କାର୍ଯ୍ୟକାରୀତାର ସମୀକ୍ଷା କରିଛନ୍ତି । ଅନ୍ୟପଟେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଅଚାନକ ଖଣ୍ଡଗିରି ଥାନା ପରିଦର୍ଶନ କରିଥିବା ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.