ଘର ଭାଙ୍ଗିଲା ହାତୀ, ମାଡ ଖାଇଲେ ବନ କର୍ମଚାରୀ

 ବଣାଇ(କେନ୍ୟୁଜ୍):ଘର ଭାଙ୍ଗିଲା ହାତୀ, ମାଡ ଖାଇଲେ ବନ କର୍ମଚାରୀ । ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ବନ କର୍ମଚାରୀଙ୍କୁ ପିଟିଲେ ଗ୍ରାମବାସୀ । ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳ ଡେଙ୍ଗେଇଡିପା ଗାଁର ଘଟଣା । ଗ୍ରାମବାସୀଙ୍କ ଆକ୍ରମଣରେ ୫ବନ କର୍ମଚାରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଦୀର୍ଘ ଦେଢ଼ ମାସ ହେବ ୨ଟି ଦନ୍ତା ହାତୀ ବଣାଇ ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି । ହାତୀ ଦୁଇଟି ରାତିରେ ଗାଁରେ ପଶି ଘରଦ୍ୱାର ଭଙ୍ଗାରୁଜା କରିବା ସହ ଫସଲ ମଧ୍ୟ ନଷ୍ଟ କରୁଛନ୍ତି । ଏହା ପୂର୍ବରୁ ହାତୀ ସ୍ଥାନାନ୍ତର ପାଇଁ DFO ଅଫିସ ମଧ୍ୟ ଘେରାଉ କରାଯାଇଛି । ଅନ୍ୟପଟେ କ୍ଷତିଗ୍ରସ୍ଥଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ କହିବା ସହ ହାତୀକୁ ଟ୍ରାଙ୍କୁଲାଇଜ୍‌ କରିବାର କ୍ଷମତା ଆମ ହାତରେ ନାହିଁ ବୋଲି ବଣାଇ ରେଞ୍ଜର ମନୋଜ ପାତ୍ର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.