Below header

ପିଲା ଚୋର ସନ୍ଦେହରେ ୨ ଜଣଙ୍କୁ ପୋଲିସର ଜିମା ଦେଲେ ଗ୍ରାମବାସୀ

ପିଲା ଚୋର ସନ୍ଦେହରେ ଗତକାଲି ରାତିରେ ୨ ଜଣକୁ ଉତ୍ତ୍ୟକ୍ତ ଗ୍ରାମବାସୀ ଅଟକ ରଖିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ଦୀର୍ଘ ୫ ଘଣ୍ଟା ପରେ ଉଦ୍ଧାର କରିଛି ପୋଲିସ ।

ରାୟଗଡା : ପିଲା ଚୋର ସନ୍ଦେହରେ ଗତକାଲି ରାତିରେ ୨ ଜଣକୁ ଉତ୍ତ୍ୟକ୍ତ ଗ୍ରାମବାସୀ ଅଟକ ରଖିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ଦୀର୍ଘ ୫ ଘଣ୍ଟା ପରେ ଉଦ୍ଧାର କରିଛି ପୋଲିସ । ଏଭଳି ଘଟଣା ଘଟିଛି ରାୟଗଡ ଜିଲ୍ଲା ସଦର ବ୍ଲକ ବାଇପାସ ରୋଡ଼ ତାଡମା ପଂଚାୟତରେ ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ରାୟଗଡ ନିକଟ କୋଟଲାଗୁଡା, ପିତାମହଲ ଦେଇ ଯାଇଥିବା ବାଇପାସ ରୋଡ଼ରେ ଏକ ବୋଲେରୋ ଗାଡ଼ି ଦ୍ରୁତ ଗତିରେ ଯାଇ କିଛି ଲୋକଙ୍କୁ ଏବଂ ବାଇକକୁ ଧକ୍କା ଦେଇ ଚାଲି ଯାଉଥିଲା ।  ସ୍ଥାନୀୟ ଲୋକ ଗାଡିକୁ ଅଟକାଇବାକୁ ଚାହିଁବା ବେଳେ ଗାଡି ଅଟକାଇ ନଥିଲେ । ଏନେଇ ଗ୍ରାମବାସୀ ବାଇପାସ ରାସ୍ତାରେ ରହିଥିବା ଅନ୍ୟ ଗାଁ ଲୋକଙ୍କୁ ଖବର ଦେବାରୁ ଗାଁ ଲୋକେ ରାସ୍ତା ଅବରୋଧ କରି ଗାଡି ଅଟକାଇଥିଲେ ।

ହେଲେ ଚାଳକ ଅନ୍ୟ ଦିଗରେ ତରବରିଆ ଭାବେ ଗାଡି ଚଳାଇବାରୁ ବୋଲେରୋ ଟି ଓଲଟି ଯାଇଥିଲା । ଗାଡ଼ି ଭିତରୁ ଜଣେ ମହିଳା ଓ ପୁରୁଷଙ୍କୁ ଗାଁ ଲୋକେ ଅଟକ ରଖିଥିଲେ । ଗାଁ ଲୋକଙ୍କ ଅଭିଯୋଗ ଅନୁଯାଇ ତିନୋଟି ଗାଡ଼ିରେ ସେମାନେ ଆସିଥିଲେ ପୂର୍ବରୁ ଚାଲି ଯାଇଥିବା ଗାଡିରୁ ପିଲାମାନଙ୍କ କାନ୍ଦ ଶୁଭୁଥିବା ସହ ଗାଡ଼ି ସ୍ପୀଡ଼ରେ ଚାଲି ଯାଇଥିଲା ।

ଏଣୁ ଉକ୍ତ ଦୁର୍ଘଟଣା ଘଟାଇ ଚାଲି ଯାଉଥିବା ଗାଡିକୁ ଗାଁ ଲୋକେ ଅଟକାଇବା ସହ ଦୁଇଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।  ଖବର ପାଇ ରାୟଗଡ଼ ଏସଡିପିଓ, ଥାନା ଅଧିକାରୀଙ୍କ ସହ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରିବା ବେଳେ ଉତ୍ତ୍ୟକ୍ତ ଲୋକେ ପୋଲିସକୁ ଛାଡି ନଥିଲେ ।

ଦୀର୍ଘ ୫ ଘଣ୍ଟା ଧରି ଉତ୍ତେଜନା ଲାଗି ରହିଥିବା ବେଳେ ଲୋକେ ପୋଲିସ ଗାଡିର ପଛ ଗ୍ଲାସ ଭାଙ୍ଗି ଦେଇଥିବା ଜଣାପଡ଼ିଛି । ବହୁ ବୁଝା ସୁଝା ପରେ ଦୁଇ ଜଣକୁ ପୋଲିସ ଉଦ୍ଧାର କରି ଥାନାରେ ଅଟକ ରଖିଛି । ତେବେ ସେମାନେ କିଏ କିଭଳି ପରିସ୍ଥିତିରେ ଏଭଳି ଘଟିଛି କାରଣ ସ୍ପଷ୍ଟ ହୋଇନାହିଁ । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.