ଆଜି ଇଡି ସାମ୍ନାରେ ହାଜର ହେବେନି ଅରବିନ୍ଦ କେଜ୍ରିଓ୍ଵାଲ, କହିଲେ ସମନ ବେଆଇନ

ଗତ ୧୭ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ପକ୍ଷରୁ ୨ଟି ସମନ ଜାରି କରାଯାଇଥିଲା । ଅବକାରୀ ନୀତି ଏବଂ ଜଳ ବୋର୍ଡ ମାମଲାରେ ପୃଥକ ଭାବେ ସମନ ଜାରି କରାଯାଇଥିଲା । ଜଳ ବୋର୍ଡ ମାମଲାରେ ଆଜି ଇଡ଼ିରେ ହାଜର ହେବାକୁ କେଜ୍ରିୱାଲଙ୍କୁ ନୋଟିସ୍ ମିଳିଥିଲା । କିନ୍ତୁ ପୂର୍ବପରି ଆଜି ବି କେଜ୍ରିୱାଲ ଇଡିରେ ହାଜର ହେବେ ନାହିଁ ।

ଇଡି ସମନରେ ଆଜି ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ । ଦିଲ୍ଲୀ ଜଳ ବୋର୍ଡରେ ହୋଇଥିବା ଅନିୟମିତତା ସହ ଜଡିତ ଅର୍ଥ ହେରଫେର ଯାଞ୍ଚ ମାମଲାରେ ଇଡି ପକ୍ଷରୁ ସମନ ପଠାଯାଇଥିଲା । ଇଡିର ସମନକୁ ପୁଣି ବେଆଇନ କହି ପ୍ରତ୍ୟାଖାନ କରିଛି ଆପ୍‌ ।

ଖବର ମୁତାବକ, ଗତ ୧୭ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ପକ୍ଷରୁ ୨ଟି ସମନ ଜାରି କରାଯାଇଥିଲା । ଅବକାରୀ ନୀତି ଏବଂ ଜଳ ବୋର୍ଡ ମାମଲାରେ ପୃଥକ ଭାବେ ସମନ ଜାରି କରାଯାଇଥିଲା । ଅବକାରୀ ମାମଲାରେ ୯ମ ସମନ ଏବଂ ଏଥିପାଇଁ ତାଙ୍କୁ ୨୧ ତାରିଖରେ ହଜାର ହେବାକୁ ନୋଟିସ୍ ପଠାଯାଇଥିଲା । ସେହିଭଳି ଜଳ ବୋର୍ଡ ମାମଲାରେ ଆଜି ଇଡ଼ିରେ ହାଜର ହେବାକୁ କେଜ୍ରିୱାଲଙ୍କୁ ନୋଟିସ୍ ମିଳିଥିଲା । କିନ୍ତୁ ପୂର୍ବପରି ଆଜି ବି କେଜ୍ରିୱାଲ ଇଡିରେ ହାଜର ହେବେ ନାହିଁ ।


ସୂଚନାଯୋଗ୍ୟ, ଶନିବାର ଦିନ ରାଉସ ଆଭେନ୍ୟୁ କୋର୍ଟ ୫ ହଜାର ଟଙ୍କା ବଣ୍ଡ ଏବଂ ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡ ଉପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିଲେ । ଏହା ପୂର୍ବରୁ ଏହି ମାମଲାରେ ଇଡି ପକ୍ଷରୁ ହାଜର ହେବା ପାଇଁ କେଜ୍ରିୱାଲଙ୍କୁ ଏପର୍ଯ୍ୟନ୍ତ ୧୦ ଥର ସମନ ଜାରି କରାଯାଇଥିଲା । କେଜ୍ରିଓ୍ଵାଲଙ୍କୁ ୨୭ ଫେବୃଆରୀ, ୨୬ ଫେବୃଆରୀ, ୨୨ ଫେବୃଆରୀ, ୨ ଫେବୃଆରୀ, ୧୭ ଜାନୁଆରୀ, ୩ ଜାନୁଆରୀ, ୨୧ ଡିସେମ୍ବର ୨୦୨୩, ୨ ନଭେମ୍ବର ୨୦୨୩ରେ ସମନ ପଠାଯାଇଥିଲା । ତେବେ ଏଥର ଇଡି ସାମ୍ନାରେ କେଜ୍ରିଓ୍ଵାଲ ହାଜର ହେଉଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା । ତେବେ ଏହି ମାମଲାରେ କେଜ୍ରିଓ୍ଵାଲ କ୍ୟାବିନେଟର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ପାର୍ଟିର ରାଜ୍ୟସଭା ସଦସ୍ୟ ସଂଜୟ ସିଂ ଜେଲରେ ବନ୍ଦ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.