ଗିରଫ ଏଲଭିଶ ଯାଦବ ମାନିଲେ ସତ, ରେଭ୍‌ ପାର୍ଟିରେ ଯୋଗାଉଥିଲେ ସାପ ବିଷ

ନୋଏଡା ପୋଲିସ ଏଲଭିଶ ଯାଦବଙ୍କୁ ପାର୍ଟିରେ ସାପ ବିଷ ଯୋଗାଉଥିବା ମାମଲାରେ ଗତ କାଲି ଗିରଫ କରିଥିଲା । ଏହା ସହ ତାଙ୍କୁ କାଲି କୋର୍ଟରେ ମଧ୍ୟ ହାଜର କରାଯାଇଥିଲା । ତେବେ ଏଲଭିଶ ଯାଦବ ନିଜ ଭୁଲ ସ୍ୱୀକାର କରିଛନ୍ତି ଯେ ସେ ପାର୍ଟି ପାଇଁ ସାପ ଏବଂ ସାପ ବିଷକୁ ଅର୍ଡର କରୁଥିଲେ ।

ବିଗ୍ ବସ୍ ଓଟିଟି ବିଜେତା ତଥା ଫେମସ୍‌ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, ନୋଏଡା ପୋଲିସ ଏଲଭିଶ ଯାଦବଙ୍କୁ ପାର୍ଟିରେ ସାପ ବିଷ ଯୋଗାଉଥିବା ମାମଲାରେ ଗତ କାଲି ଗିରଫ କରିଥିଲା । ଏହା ସହ ତାଙ୍କୁ କାଲି କୋର୍ଟରେ ମଧ୍ୟ ହାଜର କରାଯାଇଥିଲା । ତେବେ ଏଲଭିଶ ଯାଦବ ନିଜ ଭୁଲ ସ୍ୱୀକାର କରିଛନ୍ତି ଯେ ସେ ପାର୍ଟି ପାଇଁ ସାପ ଏବଂ ସାପ ବିଷକୁ ଅର୍ଡର କରୁଥିଲେ । ପଚରାଉଚରା ସମୟରେ ଏଲଭିଶ ଯାଦବ ସ୍ୱୀକାର କରିଛନ୍ତି ଯେ ସେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ବିଭିନ୍ନ ରେଭ ପାର୍ଟିରେ ଭେଟିଥିଲେ । ଏହା ବ୍ୟତୀତ ଏଲଭିଶ ସେମାନଙ୍କ ସହ ଯୋଗାଯୋଗରେ ମଧ୍ୟ ଥିଲେ ।

ସୂଚନାଯୋଗ୍ୟ, ଯେ ନୋଏଡା ପୋଲିସ ଏଲଭିଶ ଯାଦବଙ୍କ ଉପରେ ୨୯ NDPS ଆକ୍ଟ ଲାଗୁ କରିଛି । ତେବେ ଡ୍ରଗ୍‌ସ ସମ୍ବନ୍ଧୀୟ ଷଡଯନ୍ତ୍ରରେ ଜଡିତ ଥିବା ବେଳେ ଡ୍ରଗ୍ କିଣିବା ଏବଂ ବିକିବା ମାମଲାରେ ଏହି ଆକ୍ଟଲାଗୁ କରାଯାଇଥାଏ । ଏହା ସହ ଏହି ଆକ୍ଟରେ ଜାମିନ ସହଜରେ ମିଳିନଥାଏ । ତେବେ ରବିବାର ଦିନ ନୋଏଡା ପୋଲିସ ୟୁଟ୍ୟୁବର ଏଲଭିଶ ଯାଦବଙ୍କୁ ପଚରାଉଚରା କରିଥିଲା ଏବଂ ନୋଏଡାର ଏକ ରେଭ ପାର୍ଟିରେ ସାପ ବିଷ ମାମଲାରେ ତାଙ୍କୁ ଗିରଫ କରିଥିଲା । ଗିରଫ ପରେ ଏଲଭିଶଙ୍କୁ ସୁରଜପୁର କୋର୍ଟରେ ହାଜର କରାଯାଇଥିଲା । ଯେଉଁଠାରେ ତାଙ୍କୁ ୧୪ ଦିନ ପାଇଁ ଜୁଡିସିଆଲ୍‌ କଷ୍ଟଡିକୁ ପଠାଯାଇଥିଲା ।

ଆପଣମାନେ ଜାଣିଥିବେ ଯେ ଗତ ବର୍ଷ ସାପ ବିଷ ମାମଲାରେ ନୋଏଡା ପୋଲିସ ସେକ୍ଟର ୪୯ରେ ଏଲଭିଶ ଯାଦବଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରିଥିଲା । ଏହା ପରେ ଗତ କାଲି ଏଲଭିଶ ଯାଦବଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା । ପୋଲିସ୍‌ ଏଲଭିଶଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ପଚରାଉଚରା କରିବା ପରେ, ତାଙ୍କୁ ଗିରଫ କରିଛି । ଏହା ସହ ଏଲଭିଶ ପାର୍ଟିରେ ସାପ ବିଷ ଯୋଗାଉଥିଲେ ବୋଲି ସ୍ୱୀକାର ମଧ୍ୟ କରିଥିଲେ । ଏନେଇ ଆଡିସନାଲ ଡିସିପି ମନୀଷ କୁମାର ମିଶ୍ରା ସୂଚନା ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.