ବିହାର : ବାହାଘରରୁ ଫେରୁଥିବା ବେଳେ କାରକୁ ପିଟିଲା ଟ୍ରାକ୍ଟର, ୭ ମୃତ, ୩ ଗୁରୁତର

ବିହାରର ଖଗାଡ଼ିଆ ଜିଲ୍ଲାର ପସରାହା ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ଜଣାପଡିଛି । ଘଟଣାରେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ବିହାରର ଖଗାଡ଼ିଆ ଜିଲ୍ଲାର ପସରାହା ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ଜଣାପଡିଛି । ଘଟଣାରେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାଟି ଆଜି ସକାଳ ୬.୩୦ ମିନିଟରେ ଘଟିଛି ।

ଖବର ମୁତାବକ, ଗତ ରାତିରେ ମୋହନପୁର ଅଞ୍ଚଳରେ ହେଉଥିବା ଏକ ବାହାଘର ସାରି ପରିବାରର ୭ ଜଣ ସଦସ୍ୟ କାର୍ରେ ମଡୈୟା ବିଠଲା ଗାଁକୁ ଫେରୁଥିଲେ । ମାତ୍ର ପସରାହା ଥାନା ଅଞ୍ଚଳରେ ବିଳମ୍ବିତ ରାତିରେ ଗାଡ଼ିଟି ଏକ ସିମେଣ୍ଟ ବୋଝେଇ ଟ୍ରାକ୍ଟର ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ପୋଲିସକୁ ଖବର ଦେଇଥିଲେ । ଦୁର୍ଘଟଣା ଜାତୀୟ ରାଜପଥ ୩୧ରେ ହୋଇଥିଲା ।

ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗାଡ଼ିରୁ ସମସ୍ତଙ୍କୁ ବାହାର କରିଥିଲେ । ତୁରନ୍ତ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନା ପଠାଯାଇଥିବା ବେଳେ ସେଠାରେ ଡାକ୍ତର ୭ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ଦିଆଯିବ । ପୋଲିସ ଘଟଣା ସ୍ଥଳରୁ ଉଭୟ ଗାଡିକୁ ଜବତ କରିବା ସହିତ ଟ୍ରାକ୍ଟର ଡ୍ରାଇଭରକୁ ଖୋଜୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.