Below header

ଛତିଶଗଡ଼ର ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱଭୂଷଣ ହରିଚନ୍ଦନ

ଛତିଶଗଡ଼ର ନବମ ରାଜ୍ୟପାଳ ଭାବେ ରାଜଭବନରେ ଅନୁଷ୍ଠିତ ଶପଥ ସମାରୋହରେ ଶପଥ ନେଇଛନ୍ତି। ଛତିଶଗଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି ଅରୁପ କୁମାର ଗୋସ୍ୱାମୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

କେନ୍ୟୁଜ୍(ବ୍ୟୁରୋ): ଛତିଶଗଡ଼ର ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱଭୂଷଣ ହରିଚନ୍ଦନ। ଛତିଶଗଡ଼ର ନବମ ରାଜ୍ୟପାଳ ଭାବେ ରାଜଭବନରେ ଅନୁଷ୍ଠିତ ଶପଥ ସମାରୋହରେ ଶପଥ ନେଇଛନ୍ତି। ଛତିଶଗଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି ଅରୁପ କୁମାର ଗୋସ୍ୱାମୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

ଶପଥ ସମାରୋହରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ବିରୋଧୀ ଦଳ ନେତା ନାରାୟଣ ଚଣ୍ଡେଲ, ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ। ୮୯ ବର୍ଷୀୟ ବିଶ୍ୱଭୂଷଣ ପୂର୍ବରୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.