ସୌମ୍ୟ ସୁଇସାଇଡ଼ ସସପେନ୍ସରୁ ହଟିବ ପରଦା, କ୍ରାଇମବ୍ରାଞ୍ଚ ଆରମ୍ଭ କଲା ଖୋଳତାଡ଼

କେଉଁ ପରିସ୍ଥିତିରେ ସୌମ୍ୟ ଆତ୍ମହତ୍ୟା କଲେ ? ଆତ୍ମହତ୍ୟା ପଛର କାରଣ କଣ ? ଏଥିପାଇଁ କାହାକୁ ଦାୟୀ କରୁଛନ୍ତି ? କଣ ସବୁ ପ୍ରମାଣ ରହିଛି । ଏସବୁକୁ ନେଇ ପଚରା କରିଛି କ୍ରାଇମବ୍ରାଞ୍ଚ

କେନ୍ୟୁଜ୍(ବ୍ୟୁରୋ):  ସୌମ୍ୟ ସୁଇସାଇଡ଼ ସସପେନ୍ସରୁ ହଟିବ ପରଦା । କ୍ରାଇମବ୍ରାଞ୍ଚ ଆରମ୍ଭ କଲା ଖୋଳତାଡ଼ । ପ୍ରଥମେ ସୌମ୍ୟଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍‌ । ସୌମ୍ୟଙ୍କ ବାପା, ମାଆ ଓ ଭଉଣୀଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ । କଲ୍‌ ଡିଟେଲସ୍‌ ରେକର୍ଡ, ହ୍ଵାଟସ ଆପ୍‌ ଚାଟ୍‌ ଆଦି ଯାଞ୍ଚ କରିଛନ୍ତି । କେଉଁ ପରିସ୍ଥିତିରେ ସୌମ୍ୟ ଆତ୍ମହତ୍ୟା କଲେ ? ଆତ୍ମହତ୍ୟା ପଛର କାରଣ କଣ ? ଏଥିପାଇଁ କାହାକୁ ଦାୟୀ କରୁଛନ୍ତି ? କଣ ସବୁ ପ୍ରମାଣ ରହିଛି । ଏସବୁକୁ ନେଇ ପଚରା କରିଛି କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ବାନ୍ଧବୀ ସୋନାଲି ନନ୍ଦଙ୍କ ମାନସିକ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକ ।

ସୌମ୍ୟଙ୍କ ଭଉଣୀ ସୌଭାଗ୍ୟଲକ୍ଷ୍ମୀ ପାଣିଗ୍ରାହୀ ଇନଫୋସିଟି ଥାନାରୁ ନିରାଶ ହେବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ଛାନଭିନ୍‌ ଆରମ୍ଭ କରିଛି । ଅନ୍ୟପଟେ ଖୁବଶୀଘ୍ର ତଦନ୍ତ ପରିସରଭୁକ୍ତ ହେବେ ବାନ୍ଧବୀ ସୋନାଲି । ୨୦୨୨ ଜାନୁଆରି ୩୦ରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ପରିବାର ଲୋକ ଦଫା ୩୦୬ ଲଗାଇବାକୁ ଦାବି କରିଥିଲେ । ସୌମ୍ୟ ଓ ସୋନାଲିଙ୍କ ମଧ୍ୟରେ ଥିବା ସମ୍ପର୍କ ବିବାହ ପର୍ଯ୍ୟନ୍ତ ଯାଇଥିଲା । ସୌମ୍ୟଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତା ଯାଇଥିବା କହିଛନ୍ତି ଆଇନଜୀବୀ।ଏହି ପ୍ରସଙ୍ଗରେ ସୋନାଲି ନନ୍ଦଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ । କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ସମ୍ପୂର୍ଣ୍ଣ ଭରସା ଥିବା କହିଛନ୍ତି ସୌମ୍ୟଙ୍କ ପରିବାର ।

Leave A Reply

Your email address will not be published.