Below header

ବେଙ୍ଗାଲୁରୁରେ ଅନୁଷ୍ଠିତ ହେଲା ଜାତୀୟ ଉଦ୍ୟାନ କୃଷି ମେଳା ୨୦୨୩ : ଶ୍ରେଷ୍ଠ ଚାଷୀ ଭାବେ ମାନ ପତ୍ର ସହ ସମ୍ମାନିତ ହେଲେ ଓଡିଶାର ଦୁଇ ଚାଷୀ

ଚଳିତ ବର୍ଷ ବିଭିନ୍ନ ରାଜ୍ୟରୁ ମୋଟ ୭ ଜଣ ଚାଷୀଙ୍କୁ ଜାତୀୟ ଶ୍ରେଷ୍ଠ ଚାଷୀ ଭାବେ ମାନ ପତ୍ର ସହ ସମ୍ମାନିତ କରାଯାଇଛି । ଏମାନଙ୍କ ମଧ୍ୟରୁ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରୁ ସୁଶାନ୍ତ କୁମାର ପାତ୍ର ଓ ବୌଦ୍ଧ ଜିଲ୍ଲାରୁ ସଂଗ୍ରାମ ପ୍ରଧାନ ଜାତୀୟ ଶ୍ରେଷ୍ଠ ଚାଷୀ ସମ୍ମାନ ପ୍ରାପ୍ତ କରି ଓଡ଼ିଶାର ଅନ୍ୟ ଚାଷୀ ମାନଙ୍କ ପାଇଁ ପ୍ରେରଣା ଆଣିଛନ୍ତି ।

ବେଙ୍ଗାଳୁରୁ(କେନ୍ୟୁଜ୍): ବେଙ୍ଗାଲୁରୁରେ ୪ଦିନ ଧରି  ଜାତୀୟ ଉଦ୍ୟାନ କୃଷି ମେଳା ୨୦୨୩ ଅନୁଷ୍ଠିତ ହୋଇଅଛି । ବେଙ୍ଗାଲୁରୁର ଆଇସିଏଚଆର ଏବଂ ଭାରତୀୟ ଉଦ୍ୟାନ କୃଷି ଗବେଷଣା ସଂସ୍ଥାନ ପରିସରରେ ଅନୁଷ୍ଠିତ ହୋଇଯାଇଛି ଏହି ମେଳା । ଭର୍ଚୁଆଲ ମୋଡ଼ରେ ଏହାର ଉଦଘାଟନ କରିଥିଲେ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର। କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ଆତ୍ମ ନିର୍ଭରଶୀଳତା ପାଇଁ ଅଭିନବ ଉଦ୍ୟାନ କୃଷି ପଦ୍ଧତି ଥିମ ରହିଛି । ଏହି ମେଳାରେ ପ୍ରାୟ ୧୫ ଟି ରାଜ୍ୟରୁ ମୋଟ ୨୫୦ ରୁ ଉର୍ଦ୍ଧ୍ବ ଚାଷୀଙ୍କର ଷ୍ଟଲ ଦେଖିବାକୁ ମିଳିଛି । ଚଳିତ ବର୍ଷ ବିଭିନ୍ନ ରାଜ୍ୟରୁ ମୋଟ ୭ ଜଣ ଚାଷୀଙ୍କୁ ଜାତୀୟ ଶ୍ରେଷ୍ଠ ଚାଷୀ ଭାବେ ମାନ ପତ୍ର ସହ ସମ୍ମାନିତ କରାଯାଇଛି । ଏମାନଙ୍କ ମଧ୍ୟରୁ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରୁ ସୁଶାନ୍ତ କୁମାର ପାତ୍ର ଓ ବୌଦ୍ଧ ଜିଲ୍ଲାରୁ ସଂଗ୍ରାମ ପ୍ରଧାନ ଜାତୀୟ ଶ୍ରେଷ୍ଠ ଚାଷୀ ସମ୍ମାନ ପ୍ରାପ୍ତ କରି ଓଡ଼ିଶାର ଅନ୍ୟ ଚାଷୀ ମାନଙ୍କ ପାଇଁ ପ୍ରେରଣା ଆଣିଛନ୍ତି ।

ଏହି ଅବସରରେ ଅନୁଷ୍ଠିତ ଉଦଘାଟନି ଉତ୍ସବରେ ଅତିଥି ଭାବେ ଆଇସିଏଆରର ଡେପୁଟି ଡ଼ାଇରେକ୍ଟର ଆନନ୍ଦ କୁମାର ସିଂ,ଡରେକ୍ଟରେ ସଞ୍ଜୟ ସିଂ, ସଂସଦ ବିଏନ ବିଚ ଗୌଡା, ଡ଼ଃ ଇଂଦେଶ କେ ଏମ ଓ ଏସ ଆର ବିଶ୍ୱ ନାଥ ପ୍ରମୁଖ ଯୋଗଦେଇଥିଲେ । ଏଥି ସହିତ ଅର୍କା ଭେଜିଟେବୁଲ ପାଇଁ ଦୁଇଟି ସଂସ୍ଥା ସହିତ ଏମଓୟୁ ସ୍ବାକ୍ଷର ହୋଇଥିଲା । ଅର୍କା ମଇକ୍ରୋବାୟୋଲୋଜି consortium ଓଡ଼ିଶାର ବ୍ରହ୍ମପୁରର ସହିତ ମଧ୍ୟ ଏମଓୟୁ ସ୍ୱାକ୍ଷର ହୋଇଛି । ତେବେ ଓଡ଼ିଶାର ଚାଷୀ ମାନେ ଉପକୃତ ହେବେ ବୋଲି କହିଛନ୍ତି ଭୁବନେଶ୍ବର ଚେସର ଅଧିକାରୀ । ଏହି ମେଳା ଦେଖିବାକୁ ବିଭିନ୍ନ ରାଜ୍ୟର ଚାଷୀ ମାନଙ୍କ ଭିଡ଼ ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.