କ୍ରୀଡ଼ାର ବିକାଶ ନେଇ ଓଡ଼ିଶା ସରକାର, ୟୁନେସ୍କୋ ଓ କିସ୍‌ ମଧ୍ୟରେ ତ୍ରିପାକ୍ଷିକ ବୁଝାମଣା

ଫିଟ୍‌ ଫର୍‌ ଲାଇଭ୍‌ କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ କିସ୍‌ ମିଳିତ ସହଯୋଗ କ୍ରମେ ୟୁନେସ୍କୋ ଏହି କାର୍ଯ୍ୟକ୍ରମ ଜାରି ରଖିବ।

ଭୁବନେଶ୍ବର(କେନ୍ୟୁଜ୍): କ୍ରୀଡ଼ାର ବିକାଶ ନେଇ ଓଡ଼ିଶା ସରକାର, ୟୁନେସ୍କୋ ଓ କିସ୍‌ ମଧ୍ୟରେ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ରରେ ଓଡ଼ିଶା ସରକାରଙ୍କ ପକ୍ଷରୁ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ସଚିବ ଆର୍‌ ଭିନିଲ୍‌ କ୍ରିଷ୍ଣନ୍‌, ନୂଆଦିଲ୍ଲୀସ୍ଥିତ ୟୁନେସ୍କୋ କାର୍ଯ୍ୟାଳୟର ସାମାଜିକ ଓ ମାନବିକ ବିଜ୍ଞାନ ବିଭାଗ ମୁଖ୍ୟ ଅନସଙ୍ଗ କିମ୍‌, କନ୍ଧମାଳ ସାଂସଦ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସ୍ୱାକ୍ଷର କରିଛନ୍ତି। ଫିଟ୍‌ ଫର୍‌ ଲାଇଭ୍‌ କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ କିସ୍‌ ମିଳିତ ସହଯୋଗ କ୍ରମେ ୟୁନେସ୍କୋ ଏହି କାର୍ଯ୍ୟକ୍ରମ ଜାରି ରଖିବ।

ଓଡ଼ିଶା ସରକାର କ୍ରୀଡ଼ାକୁ ଯଥେଷ୍ଟ ଗୁରୁତ୍ୱ ଦେଉଥିବା ଓ କିଟ୍‌-କିସ୍‌ ମଧ୍ୟ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ଦେଇଆସୁଛି। ଏହାକୁ ଦୃଷ୍ଟିରେ ରଖି ୟୁନେସ୍କୋ ଓଡ଼ିଶା ସରକାର ଓ କିସ୍‌ ସହଯୋଗରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇ ଏହି ବୁଝାମଣା କରିଛି। ଅନ୍ୟମାନଙ୍କ ମଧ୍ୟରେ ନୂଆଦିଲ୍ଲୀସ୍ଥିତ ୟୁନେସ୍କୋ କାର୍ଯ୍ୟାଳୟର ସାମାଜିକ ଓ ମାନବିକ ବିଜ୍ଞାନ ବିଭାଗ ପ୍ରୋଗ୍ରାମ୍‌ ଅଫିସର ଐଶ୍ୱର୍ଯ୍ୟା ସେହଗଲ, କିସ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.