ଲଗାଣ ବର୍ଷାରେ ଉତ୍ତର ଓଡ଼ିଶା ବେହାଲ୍, ବସ୍ତା ବ୍ଲକ ମଥାନୀଠାରେ ବିପଦ ସଂକେତ ଟପିଲା ଜଳକା
ବାଲେଶ୍ୱର(କେନ୍ୟୁଜ୍): ଲଗାଣ ବର୍ଷାରେ ଉତ୍ତର ଓଡ଼ିଶାର ହାଲ୍ ବେହାଲ୍। ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି। ଫଳରେ ଲୋକେମାନେ ଘରୁ ବାହାରିବା ମୁସ୍କିଲ ହୋଇ ପଡୁଛି। ସେପଟେ ବଢୁଛି ଜଳକା ନଦୀ। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀ ଠାରେ ବିପଦ ସଙ୍କେତ ଟପିଛି ଜଳକା। ବର୍ତ୍ତମାନ ସେଠାରେ ୬.୫୦ ମିଟର ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି। ମଥାନୀଠାରେ ଜଳକାର ବିପଦ ସଙ୍କେତ ରହିଛି ୫.୫୦ ମିଟର। ଫଳରେ ନଦୀ ଅବବାହିକା ଅଞ୍ଚଳରେ ପ୍ରବେଶ କରିଛି ଜଳକାର ବନ୍ୟା ପାଣି । ଆତଙ୍କିତ ହୋଇ ରହଛନ୍ତି ନଦୀ ଅବବାହିକା ଗାଁର ଲୋକ।