Below header

କମିଲା ବର୍ଷା ଓ ଦୁର୍ବଳ ହେଉଛି ଲଘୁଚାପ, ଉତ୍ତର ଓଡ଼ିଶାରେ କିଛି ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା

ପ୍ରଭାବରେ ଆସନ୍ତା ୧୨ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାରେ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

କେନ୍ୟୁଜ୍: ଦୁର୍ବଳ ହେଉଛି ଲଘୁଚାପ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହୋଇ କେନ୍ଦ୍ରୀୟ ଓଡ଼ିଶା ଉପରେ ରହିଛି। ଧୀରେ ଧୀରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ଆସନ୍ତା ୧୨ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାରେ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଓ ଯାଜପୁରରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଜିଲ୍ଲାପାଳମାନଙ୍କୁ ସଜାର ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୮ତାରିଖ ଯାଏଁ ବର୍ଷା ଲାଗି ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.