ବଡ ଖବର, ରାଜ୍ୟବାସୀଙ୍କୁ ପାଇପ୍‌ ଯୋଗେ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ଯୋଗାଇବେ ରାଜ୍ୟ ସରକାର

ଭୁବନେଶ୍ବର (କେନ୍ଯୁଜ୍) : ରାଜ୍ୟବାସୀଙ୍କୁ ପାଇପ୍‌ ଯୋଗେ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ଯୋଗାଣ ହେବ । ଏ ନେଇ ରାଜ୍ୟ ସରକାର-ୟୁନିସେଫ୍‌ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଏହି ବ୍ୟବସ୍ଥାରେ ଶତ ପ୍ରତିଶତ ମିଟର ବ୍ୟବସ୍ଥା ହେବ । ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନଙ୍କୁ ନିୟୋଜିତ କରାଯିବ । ଭୁବନେଶ୍ୱର ୫ ଟି ଓ  ପୁରୀର ୨ ଅଞ୍ଚଳରେ ପାଇଲଟ୍‌ ପ୍ରୋଜେକ୍ଟ ହେବ । DRINK FROM TAP MISSION PILOT ପ୍ରୋଜେକ୍ଟରେ ପୁରୀ ଓ ଭୁବନେଶ୍ୱରର ୨୨ ହଜାର ପରିବାରର ଏକ ଲକ୍ଷ ୨୦ ହଜାର ଲୋକଙ୍କୁ  ମାର୍ଚ୍ଚ ୨୦୨୦ ସୁଦ୍ଧା ବିଶୁଦ୍ଧ ପାଣି ଯୋଗାଣ ହେବ । ପରେ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟର ସବୁ ଅଞ୍ଚଳକୁ ଏହି କାର୍ଯ୍ୟକ୍ରମ ସଂପ୍ରସାରଣ ହେବ । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ପ୍ରମୁଖ ସଚିବ ଭି. ମାଥି ଭାଥନନ ଓ ୟୁନିସେଫର ଓଡିଶା ମୁଖ୍ୟ ମୋନିକା ନେଲସନ ଏହି ଏମଓୟୁ ସ୍ୱାକ୍ଷର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.