ଅଧା କପାଳି ବିନ୍ଧା ହେଉଛି କି? ଆପଣାନ୍ତୁ ଏହି ଘରୋଇ ଉପଚାର

ରୋଷେଇ ଘରେ ଥିବା ଜୁଆଣି ଶରୀରର ଅନେକ ସମସ୍ୟା ଦୂର କରିବା ଲାଭକାରୀ ହୋଇଥାଏ। ତେବେ ଜାଣନ୍ତୁ ଜୁଆଣି କେଉଁ ସବୁ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ।

-ଥଣ୍ଡା, ଗରମ ପ୍ରଭାବରୁ ତଣ୍ଟି ବସିଯାଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଖଜୁରୀ ପତ୍ର ଏବଂ ଜୁଆଣିକୁ ପାଣିରେ ସିଝାନ୍ତୁ। କିଛି ସମୟ ଫୁଟିବା ପରେ ଏହାକୁ ଛାଣି ପିଅନ୍ତୁ। ଏପରି କରିବା ଦ୍ୱାରା ନିଶ୍ଚିନ୍ତ ଲାଭ ପାଇପାରିବେ।

-ଅଧା କପାଳି ବିନ୍ଧା ହେଉଥିଲେ ଏକ ଚାମଚ ଜୁଆଣି ଅଧା ପାଣିରେ ପକାଇ ଫୁଟାଇ ଦିଅନ୍ତୁ। ଏହା ପରେ ଏହି ପାଣିକୁ ଛାଣି ଦିନରେ ଦୁଇ ରୁ ତିନି ଥର ସେବୀନ କରିବା ଦ୍ୱାରା ଆରାମ ମିଳିଥାଏ।

-ସୋରିଷ ତେଲରେ ଜୁଆଣି ପକାଇ ଭଲ ଭାବେ ଗରମ କରିଦିଅନ୍ତୁ। ଏହାକୁ ଆଣ୍ଠୁ ଗଣ୍ଠିରେ ମାଲିସ୍‌ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ।

-କାକୁଡି ରସରେ ଜୁଆଣି ମିଶାଇ ତ୍ୱଚାରେ ଲଗାଇଲେ ମଧ୍ୟ ଏହା ତ୍ୱଚା ପାଇଁ ଲାଭକାରୀ ହୋଇଥାଏ।

-ଖଣ୍ଡିଆ ହେବା ପରେ ନାଲି କିମ୍ବା ନେଳି ଦାଗ ପଡିଯାଉଥିଲେ ଜୁଆଣି ଏବଂ ହଳଦି ମିଶାଇ ଖଣ୍ଡିଆ ହୋଇଥିବା ଯାଗାରେ ବାନ୍ଧିବା ଦ୍ୱାରା ଯନ୍ତ୍ରଣା ଏବଂ ଫୁଲା କମ ହୋଇଥାଏ।

ଏହାସହ ପଢନ୍ତୁ: ଧନତେରାସ୍‌ରେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣାନ୍ତୁ ଏହି ଟିପ୍ସ

-ଏହା ବ୍ୟତୀତ ମୁଖରୁ ର୍ଦୁଗନ୍ଧ ବାହାରୁଥିଲେ ଜୁଆଣି ପଣି ଫୁଟାଇ ସେଥିରେ ଦୁଇ ରୁ ତିନି ଥର କୁଳି କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.