Below header

ଆଗାମୀ କିଛି ଦିନ ରାଜ୍ୟରେ କାଳବୈଶାଖୀ ଆଶଙ୍କା, ବଜ୍ରପାତକୁ ଭୟ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଝାଡ଼ଖଣ୍ଡ ଓ ତାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଏକ ଘୂର୍ଣ୍ଣି ବଳୟ ପ୍ରଭାବରେ ଆସନ୍ତାକାଲି ଠାରୁ ପ୍ରାୟ ୫ ଦିନ ଯାଏ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ରହିବ । ଏହି ସମୟରେ ୫୦ରୁ ୬୦ କିମି ବେଗରେ ପବନ ବହିବ । ପ୍ରବଳରୁ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ବଜ୍ରପାତ ହେବ । ଯାହାଫଳରେ ତାପମାତ୍ରା ପୂର୍ବାପେକ୍ଷ କମ୍ ରହିବ । ଉତ୍ତର ଓ ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ରାଜ୍ୟର ଦକ୍ଷିଣ ଭାଗର କିଛି ଅଞ୍ଚଳରେ ବର୍ଷା ହେବ ।

ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ପାଇଁ ୧୨ଟି ଜିଲ୍ଲାକୁ ‘ୟେଲୋ ଓ୍ଵାର୍ଣ୍ଣିଂ’ ଜାରି କରଯାଇଛି । ସେହି ଜିଲ୍ଲା ସବୁ ହେଲା ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଗଞ୍ଜାମ, ନୟାଗଡ଼, କଟକ, ଖୋର୍ଦ୍ଧା ଏବଂ ଦେବଗଡ଼ । ଏହା ବ୍ୟତୀତ ଗଜପତି, କନ୍ଧମାଳ, ଦେବଗଡ଼, କେନ୍ଦୁଝର, ଗଞ୍ଜାମ, ଅନୁଗୁଳ, ଢେଙ୍କାନାଳ ଓ ମୟୁରଭଞ୍ଜର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.