ବନ୍ଦେ ଉତ୍କଳ ଜନୀନ ସ୍ୱରରେ ଗୁଞ୍ଜରି ଉଠିଲା ସାରା ଓଡ଼ିଶା, ବିଶ୍ବବାସୀ ଶୁଣିଲେ ଉତ୍କଳ ବନ୍ଦନା

କେନ୍ୟୁଜ୍ (ବ୍ୟୁରୋ): ବନ୍ଦେ  ଉତ୍କଳ ଜନୀନ ସ୍ୱରରେ ଗୁଞ୍ଜରି ଉଠିଲା ସାରା ଓଡ଼ିଶା । ମାଲକାନଗିରିରୁ ମୟୂରଭଞ୍ଜ ପୁରୀରୁ ବରଗଡ ସବୁଠାରେ ଗୁଞ୍ଜରଣ ହେଲା  ବନ୍ଦେ ଉତ୍କଳ ଜନନୀର ସଙ୍ଗୀତ। କରୋନା ଯୋଦ୍ଧାଙ୍କ ମନବଳ ବଢାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ  ପରାମର୍ଶ ଦେଇଥିଲେ ତାହାକୁ ପାଳନ କରିଛନ୍ତି ସାରା ଓଡିଶା ବାସୀ। କେବଳ ରାଜ୍ୟ ନୁହେଁ ରାଜ୍ୟ ଓ ଦେଶ ବାହାରେ ଥିବା ଓଡ଼ିଆମାନେ ମଧ୍ୟ ଗୀତଟିକୁ ଗାଇଛନ୍ତି ହୃଦୟର ସହ ।

କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କ ମହତ କାର୍ଯ୍ୟକୁ ଉତ୍ସାହିତ ପାଇଁ ରାଜ୍ୟ ବାହାରେ ତଥା ବିଦେଶରେ ଥିବା ସବୁ ଓଡ଼ିଆ ସମୂହ ଗାନ ପାଇଁ ଅନୁରୋଧ କରାଯାଇଥିଲା ଓଡ଼ିଆ ଭାଇଭଉଣୀମାନେ ଯେଉଁଠି ବି ଥାଆନ୍ତୁ, ବନ୍ଦେ ଉତ୍କଳ ଜନନୀ ଗାଇବା ପାଇଁ ଅନୁରୋଧ କରାଯାଇଥିଲା ।

bande utkal janani

ଏହି କ୍ରମରେ ବାଦ ପଡିନାହାନ୍ତି କେନ୍ୟୁଜ୍ ଡେସ୍କର କର୍ମଚାରୀ। ୫.୩୦ରୁ ଆରମ୍ଭ ହୋଇଥିଲା  ବନ୍ଦେ ଉତ୍କଳ ଜନନୀ ଗାୟନ । ଯେହେତୁ କରୋନା ଲଢେଇରେ ଗଣମାଧ୍ୟମ ବି ଏକ ଯୋଦ୍ଧା ଭାବେ କାର୍ଯ୍ୟ କରୁଛି ତେଣୁ ପ୍ରତିଟି ଗଣମାଧ୍ୟମ ପ୍ରତିନିଧି ଓ ସଂସ୍ଥା ମାନଙ୍କୁ ଏହି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ମାଧ୍ୟମରେ ସମ୍ମାନ ଜଣାଇଥିଲା କେନ୍ୟୁଜ୍ ଟିମ୍।

ଏହି କାର୍ଯ୍ୟକ୍ରମକୁ ପାଳନ କରିବା ଲାଗି କାଲିଠୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲା କମିଶନରେଟ୍ ପୋଲିସ । ଏଥିପାଇଁ ଗତକାଲି କମିଶନରେଟ୍ ପୋଲିସ ମୁଖ୍ୟାଳୟରେ ବନ୍ଦେ ଉତ୍କଳ ଜନନୀ ଗୀତର ଅଭ୍ୟାସ କରାଯାଇଥିଲା । କମିଶନରେଟ୍ ପୋଲିସର ବ୍ୟାଣ୍ଡ ପକ୍ଷରୁ ଏହି ଗୀତର ଅଭ୍ୟାସ କରାଯାଇଥିଲା । ଏହି ଅବସରରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସହ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.