Below header

ଘୋଷଯାତ୍ରାରେ ଶ୍ରୀଜିଉଙ୍କ ଅଙ୍ଗରେ ଲାଗି ହେବ ଖଣ୍ଡୁଆ ପାଟ, ଜାଣନ୍ତୁ କେଉଁଠାରୁ ଆସିଥାଏ ଏହି ବସ୍ତ୍ର

କଟକ(କେନ୍ୟୁଜ୍): ଆଗକୁ ଆସୁଛି ରଥଯାତ୍ରା । ଶ୍ରୀଜିଉଙ୍କ ଅଙ୍ଗରେ ଲାଗି ହେବ ଖଣ୍ଡୁଆ ପାଟବସ୍ତ୍ର । କଟକ ଜିଲ୍ଲା ଆଠଗଡ଼ ନୂଆପାଟଣା ଗାଁର ତ୍ରିଲୋଚନ ଦାସଙ୍କ ପରିବାରର ପିଲାଠୁ ବୁଢ଼ା ସମସ୍ତେ ବସ୍ତ୍ର ତିଆରିରେ ଲାଗିପଡିଛନ୍ତି । ଘୋଷଯାତ୍ରା ପୂର୍ବରୁ ଏସବୁ ବସ୍ତ୍ର ଶ୍ରୀମନ୍ଦିର ପ୍ରଶାସକଙ୍କ ପାଖରେ ପଇଠ କରାଯିବ । ଅନବସର ନୀତି ଠାରୁ ଆରମ୍ଭ କରି ଘୋଷଯାତ୍ରା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଅଙ୍ଗରେ ଅନେକ ବସ୍ତ୍ର ଲାଗି ହୁଏ । ସବୁ ବସ୍ତ୍ରରେ ଥାଏ ସ୍ୱତନ୍ତ୍ରତା । ସବୁ ବସ୍ତ୍ରରେ ଲେଖାଯାଇଥାଏ ଶ୍ଳୋକ । ଏହି ବସ୍ତ୍ରକୁ ପରିଧାନ କରି ମହାପ୍ରଭୁ ଘୋଷଯାତ୍ରାରେ ଗଲାବେଳେ ଆନନ୍ଦ ଲାଗିଥାଏ ବୋଲି ପରିବାର ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.