Below header

ବିଶ୍ୱରେ ବଡ ବ୍ୟାଙ୍କର ମାନ୍ୟତା ପାଇଥିବା ଏସବିଆଇର ୬୪ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ବର: ଏସବିଆଇର ୬୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଦେଶରେ ୪୪ କୋଟିର ଗ୍ରାହକଙ୍କୁ ଉପଯୁକ୍ତ ସେବା ଓ ଆର୍ଥିକ ସହାୟତା ଯୋଗାଉଛି ଏସବିଆଇ । ୧୯୫୫ ମସିହାରେ ଏସବିଆଇ ଗଠନ ପରେ ଦେଶ ତଥା ବିଶ୍ୱର ବଡ ବ୍ୟାଙ୍କର ମାନ୍ୟତା ପାଇଛି । ୟୋ ନୋ ଆପ୍‌ ମାଧ୍ୟମରେ ସାଧାରଣ ଗ୍ରାହକଟି ଡିଜିଟାଲ୍‌ ଟ୍ରାଞ୍ଜାକ୍ସନ୍‌ କରିପାରୁଛି । ଏସବିଆଇର ପ୍ରତିଷ୍ଠା ଦିବସ ଅବସରରେ ଏସବିଆଇ ବିରଷ୍ଠ ଅଧିକାରୀ ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଏସବିଆଇ ସର୍ବଦା ଲୋକଙ୍କ ପାଇଁ ସମର୍ପିତ ସେବା ଯୋଗାଇବା ପାଇଁ ତାର ପ୍ରଚେଷ୍ଟା ଜାରି ରଖିଥିବା କହିଛନ୍ତି ଏସବିଆଇ ଅଧିକାରୀ । ଓଡିଶାରେ ମଧ୍ୟ ବାତ୍ୟା ଫନି ପରେ ତ୍ୱରାନ୍ଵିତ ବେଗରେ ମରାମତି କରି ଏସବିଆଇ ଲୋକଙ୍କୁ ସେବାରେ କାର୍ଯ୍ୟ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.