Below header

ଆଜି ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୮ଟି ଜିଲ୍ଲାକୁ ଜାରି ହୋଇଛି ରେଡ୍‌ ଆଲର୍ଟ

ଭୁବନେଶ୍ବର(କେନ୍ୟୁଜ୍) : ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ୱେଲ୍‌ ମାର୍କ ଲୋ ପ୍ରେସରର ରୂପ ନେଇଛି। ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ପାଣିପାଗ ବିଭାଗ କହିଛି, ଆଜି ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ। ୮ଟି ଜିଲ୍ଲା ସମ୍ବଲପୁର, ଦେବଗଡ, ସୋନପୁର, ଅନୁଗୁଳ, ବରଗଡ, ଝାରସୁଗୁଡା, ସୁନ୍ଦରଗଡ ଓ ଢେଙ୍କାନାଳକୁ ଜାରି ହୋଇଛି ରେଡ୍‌ ଆଲର୍ଟ।

rainy ତୁହାକୁ ତୁହା ବର୍ଷାରେ ସାରା ରାଜ୍ୟ ଭିଜିଛି। ଲଗାଣ ବର୍ଷା ଯୋଗୁ କେତେକ ସ୍ଥାନରେ ସୃଷ୍ଟି ହୋଇଛି ଜଳବନ୍ଦୀ ଅବସ୍ଥା। ତଳି ଅଞ୍ଚଳରେ ପାଣି ଜମିଛି। ପ୍ରଭାବିତ ହୋଇଛି ସାଧାରଣ ଜୀବନଯାତ୍ରା। ୩ତାରିଖ ପରେ ବର୍ଷା ପରିମାଣ କମିବ ବୋଲି କହିଛି ପାଣିପାଗ ବିଭାଗ। ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ବାରଣ କରାଯାଇଛି। ଗତକାଲି ଚାନ୍ଦବାଲିରେ ସବୁଠାରୁ ଅଧିକ ପରିମାଣର ୨୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.