ବଲାଙ୍ଗିର: ଏକତରଫା ପ୍ରେମକୁ ବିରୋଧ କରି ଅନ୍ୟତ୍ର ବିବାହ କରିଦେବାରୁ ଝିଅର ଭାଇକୁ ହତ୍ୟା କଲା ପାଗଳ ପ୍ରେମିକ

ବଲାଙ୍ଗିର(କେନ୍ୟୁଜ୍) : ବଲାଙ୍ଗିର ପୁଇଁନ୍ତଳା ଥାନା ଆମଖିମୁଣ୍ଡା ଗାଁରେ ଯୁବକଙ୍କୁ ହତ୍ୟା । ମୃତକ ବରଗଡ଼ କୁଟୁରପାଲି ଗାଁର ଗୋବର୍ଦ୍ଧନ ଗିରି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ବେଲବାହାଳି ଗାଁର ବିକାଶ ସନ୍ୟାସୀ ଓ ଅଗରୁ ସନ୍ୟାସୀ । ଗୋବର୍ଦ୍ଧନଙ୍କ ଭଉଣୀଙ୍କୁ ବିକାଶ ସନ୍ୟାସୀ ଏକତରଫା ପ୍ରେମ କରୁଥିଲା । ଯାହାକୁ ଗୋବର୍ଦ୍ଧନ ବିରୋଧ କରି ଭଉଣୀକୁ ଅନ୍ୟତ୍ର ବିବାହ କରିଦେବାରୁ ରାଗରେ ତାଙ୍କୁ ହତ୍ୟା କରିଥିଲା ବିକାଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.