Below header

ପାଖେଇ ଆସୁଛି ରଥଯାତ୍ରା, ପ୍ରଭୁ ବଳଭଦ୍ରଙ୍କ ରଥଟଣା ହେବା ପାଇଁ ଭୂୟାଁ ପିଢରୁ ଆସିଥାଏ ଦଉଡି

(କେନ୍ୟୁଜ୍): ପାଖେଇ ଆସୁଛି ରଥଯାତ୍ରା । କେନ୍ଦୁଝରରେ ରଥଯାତ୍ରାକୁ ନେଇ ଏକ ସ୍ୱତନ୍ତ୍ରତା ରହିଛି । ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ଶିଆଳି ଲତାରେ ଶୋଇଥିବା ବେଳେ ଭ୍ରମ ସୃଷ୍ଟି ହୋଇ ତାଙ୍କ ପାଦକୁ ଶର ବିଦ୍ଧ କରାଯାଇଥିଲା । ସେହି ଶବର ସଂସ୍କୃତି ଏବେ ବି କେନ୍ଦୁଝରରେ ବଞ୍ଚି ରହିଛି । ୭ଟି ଭୂୟାଁ ପିଢ ଅଞ୍ଚଳରୁ ପ୍ରଭୁ ବଳଭଦ୍ରଙ୍କ ରଥଟଣା ହେବା ପାଇଁ ଦଉଡ଼ି ପ୍ରସ୍ତୁତ ହୋଇ ଆସିଥାଏ । ପ୍ରତିବର୍ଷ ରଥଯାତ୍ରା ଆସିଲେ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ଅନୁରୋଧ ପତ୍ର ଭୂୟାଁ ପିଢକୁ ଯାଏ । ଆଉ ଅକ୍ଷୟ ତୃତୀୟା ଠାରୁ ଏହି କାର୍ଯ୍ୟ ଆରମ୍ଭ କରିଥାନ୍ତି ଭୂୟାଁ ସର୍ଦ୍ଦାର । ସର୍ଦ୍ଦାରଙ୍କ ନିର୍ଦ୍ଦେଶରେ ଗାଁ ଲୋକେ ଜଙ୍ଗଲରୁ ଶିଆଳି ଲଟା ସଂଗ୍ରହ କରିଥାନ୍ତି । ଆଉ ସେଥିରେ ଦଉଡି ବଟିବା କାର୍ଯ୍ୟ ଆରମ୍ଭ କରିଥାନ୍ତି । କାର୍ଯ୍ୟ ସରିବା ପରେ ସେସବୁ ଦଉଡ଼ି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପଇଠ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.